fbpx
BSKY
BJD MC SKY
BJD YOUTH SKY

ଯୌନ ଶୋଷଣକାରୀଙ୍କ ଠାରୁ ମୁକୁଳିବା ପାଇଁ ୩୦ ଫୁଟ୍ ଉଚ୍ଚ ବିଲ୍ଡିଂରୁ ଡେଇଁଲେ ମହିଳା, ହେଲା ଏପରି ଅବସ୍ଥା

ନୂଆଦିଲ୍ଲୀ: ତୁର୍କୀର ଆଣ୍ଟାଲିଆ ସହରରେ ଏକ ବିଲଡିଂରୁ ଡେଇଁ ନିଜକୁ ରକ୍ଷା କରିବାର ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜକୁ ବଞ୍ଚାଇବା ପାଇଁ ଏକ ଉଚ୍ଚ କୋଠାର ଝରକାରୁ ଡେଇଁ ପଡ଼ିଲେ । ଏହି ଘଟଣା ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କର ଯୌନ ଶୋଷଣ କରାଯାଇଥିଲା।

ସୂଚନା ଅନୁସାରେ, ୧୯ ବର୍ଷୀୟା ଏହି ଯୁବତୀଙ୍କର ଯୌନ ଶୋଷଣ ହେବା ପରେ ଅପହରଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ଏକ ଉଚ୍ଚ ବିଲ୍ଡିଂରୁ ଡେଇଁ ପଡ଼ିଛନ୍ତି । ଏହି ମାମଲା ଗୁରୁବାର ଦିନ ହୋଇଥିବା ଜଣାପଡ଼ିଛି । ତେବେ ସେ ଝରକା ପଟରୁ ଡେଇଁବା ପରେ ଏକ ଫୁଟପାଥ୍ ରେ ଆସି ପଡ଼ିଥିଲେ ଓ ତାଙ୍କର ଏକ କାର୍ ସହିତ ଧକ୍କା ହୋଇଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତେବେ ୩୦ ଫୁଟ୍ ଉଚ୍ଚରୁ ଡେଇଁବା ପୂର୍ବରୁ ସେ ଖୁବ୍ ଜୋରରେ ପାଟି କରି ସାହାଯ୍ୟ ମାଗିଥିଲେ । ତେବେ ଡେଇଁବା ପରେ ତାଙ୍କ ଅବସ୍ଥା ଖୁବ୍ ଗୁରୁତର ହୋଇଯାଇଥିଲା । ପାରାମେଡିକାଲ୍ ଷ୍ଟାଫ୍ ମାନେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ ।

ବେହୋସ୍ ହେବା ପୂର୍ବରୁ ସେ କହିଥିଲେ ଯେ, ତାଙ୍କୁ ଅପହରଣ କରିବା ପରେ ତାଙ୍କୁ ସହିତ ଯୌନ ନିର୍ଯାତନା ଦିଆଯାଇଥିଲା । ସେମାନେ ମୋତେ ବିକ୍ରିି କରିବାକୁ ଚାହୁଁଥିଲେ । ଯୁବତୀ ଡେଇଁବା ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେ ଡେଇଁବା ସମୟରେ ଖୁବ୍ ଜୋରରେ ପାଟି କରୁଥିଲେ ଓ ତାଙ୍କୁ ବଞ୍ଚାଇବାକୁ ଗୁହାରି କରୁଥିଲେ । ଏଥିସହ ତାଙ୍କର ଶୋଷଣ ହୋଇଛି ବୋଲି ମଧ୍ୟ କହିଥିଲେ ।

Get real time updates directly on you device, subscribe now.