fbpx

ନିପା ଭାଇରସକୁ ନେଇ ସତର୍କ କଲେ ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ଏହାରି ମଧ୍ୟରେ ‘ନିପା’ ଭାଇରସକୁ ନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ମଣିଷଠାରୁ ମଣିଷକୁ ନିପା ହେବାର ଭୟ ରହିଛି । ନିପା ମହାମାରୀ ଭାବେ ପୃଥିବୀରେ ହୋଇନି । ଏହା କେବଳ ଏକ ଆଉଟ ବ୍ରେକ୍, ଯେଉଁଥିପାଇଁ ସଚେତକ ହେବା ଆବଶ୍ୟକ । ନିପାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି ।’

ତେବେ କୋଝିକୋଡ୍‌ରେ ନିପା ଭୂତାଣୁ ଜଣେ ୧୨ ବର୍ଷୀୟ ବାଳକର ଜୀବନ ନେଇଛି । ଚୁଲ୍ଲାରର ଚଠାମଙ୍ଗଳମ ପଞ୍ଚାୟତର ଏହି ବାଳକ ଜଣକ କୋଝିକୋଡର ଏକ ଡାକ୍ତରଖାନାରେ ଗତ ୧ ତାରିଖରେ ଭର୍ତ୍ତି ହୋଇଥିଲା। ରବିବାର ସକାଳେ ତା’ର ମୃତ୍ୟୁ ହୋଇଛି। ନମୁନା ସଂଗ୍ରହ କରାଯାଇ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ପରୀକ୍ଷା ପରେ ବାଳକ ଠାରେ ନିପା ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ବାଳକ ସଂସ୍ପର୍ଶରେ ଆସିଥିବା ୧୭ଜଣ ବ୍ୟକ୍ତିଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।୨୦୧୮ ମସିହାରେ କେରଳରେ ବ୍ୟାପିଥିବା ନିପା ଭାଇରସ ମିଳିମିଳା ଜୀବାଣୁ ସହିତ ଜଡ଼ିତ ଥିବା କୁହାଯାଇଛି । ବାଦୁଡ଼ିଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ରୋଗରେ ବାନ୍ତି, ମୁଣ୍ଡବିନ୍ଧା, ଆଦିର ଲକ୍ଷଣ ଦେଖାଦେଇଥାଏ ।

Get real time updates directly on you device, subscribe now.