fbpx

ବିବାଦୀୟ ବୟାନ ପରେ ଭୁଲ୍ ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବିବାଦୀୟ ବୟାନ ଉପରେ ଭୁଲ୍ ମାଗିଥିବା ସୂଚନା ମିଳିଛି । ଲୋକସଭାରେ ସେ ଭୁଲ ମାଗିଛନ୍ତି । ଏହାସହ ସେ କହିଛନ୍ତି ଯେ ମୋ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି । ଯଦି ମୋ କଥା କାହାକୁ କ୍ଷତି ପହଞ୍ଚାଇଛି ତେବେ ମୁଁ ଭୁଲ ମାଗୁଛି । ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥାଏ ବୋଲି ପ୍ରଜ୍ଞା କହିଛନ୍ତି । ମୋ ବିରୋଧରେ କୌଣସି ଅଭିଯୋଗ ପ୍ରମାଣ ହୋଇନି । ମାନସିକ ଭାବେ ମୋତେ ନିର୍ଯାତନା ଦିଆଯାଇଛି । ଏହାସହ ମୋର ସେହି ବୟାନକୁ ଅତିରଞ୍ଜିତ କରାଯାଇଛି ବୋଲି ପ୍ରଜ୍ଞା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୭ତାରିଖ ଦିନ ଲୋକସଭାରେ ଏସପିଜି ସଂଶୋଧନ ବିଲ୍ ଉପରେ ଡିଏମକେ ସାଂସଦ ଏ. ରାଜା ନିଜର ରାୟ ରଖୁଥିଲେ । ଏହି ସମୟରେ ରାଜା ଗଡ଼ସେଙ୍କ ଏକ ବୟାନ ଉପରେ ଚର୍ଚ୍ଚା କରିଥିଲେ । ଯେଉଁଥିରେ ସେ ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ ହତ୍ୟା କରିଥିଲେ ବୋଲି କହିଥିଲେ । ଏହି ସମୟରେ ପ୍ରଜ୍ଞା ଠାକୁର ରାଜାଙ୍କୁ କହିଥିଲେ ଯେ ଆପଣ ଜଣେ ଦେଶଭକ୍ତଙ୍କ ଉଦାହରଣ ଦେଇ ପାରିବେ ନାହିଁ । ପ୍ରଜ୍ଞା ଠାକୁର ଏହିପରି ବିବାଦୀୟ ବୟାନ ଦେଇଥିଲେ ।

Get real time updates directly on you device, subscribe now.