fbpx

‘ବଚପନ୍‌ କା ପ୍ୟାର୍‌’ ପରେ ସହଦେବଙ୍କ ଆଉ ଏକ ଗୀତ ଭାଇରାଲ୍‌, ସୋସିଆଲ ମିଡିଆରେ ମଚାଇଛି ଧୁମ୍‌

ମୁମ୍ବାଇ(ଭାସ୍କର ନ୍ୟୁଜ୍): ‘ବଚପନ୍‌ କା ପ୍ୟା’ର୍ ଭାଇରାଲ୍‌ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଛତିଶଗଡ଼ର ସହଦେବ  ଦିର୍‌ଦୋଙ୍କର ଆଉ ଏକ ଗୀତ ଭାଇରାଲ୍‌ ହେଉଛି । ସେ ‘ମନୀ ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଗୀତ ଗାଇଛନ୍ତି । ଏହି ଭିଡିଓ ଫ୍ୟାନଙ୍କୁ ଖୁବ୍‌ ପସନ୍ଦ ଆସୁଛି ଏବଂ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

‘ମନି ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଏବେ ଚାରିଆଡ଼େ ଧୁମ୍‌ ମଚାଇଛି । ୱେବ ସିରିଜକୁ ନେଇ ଚାଲିଥିବା କ୍ରେଜ୍‌ ଭିତରେ କିଛି ଦିନ ତଳେ ମୁମ୍ବାଇ ପୋଳିସର ପାଖାପାଖି ୨୦ ଜଣ କର୍ମଚାରୀ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ଏହି ଲୋକପ୍ରିୟ ଗୀତ ବଜାଇଲେ । ଏହା ପରେ ଏବେ ସହଦେବଙ୍କର ‘ବେଲା ’ ଭର୍ସନ୍‌ ଖୁବ୍‌ ଭାଇରାଲ୍‌ ହେଉଛି । ଫେସବୁକ୍‌ ପେଜ୍‌ ‘ଦେଶୀ ହୋମୀ’ ଦ୍ୱାରା ଶେଆର୍‌ କରାଯାଇଥିବା ଏହି ଭିଡିଓକୁ ପୋଷ୍ଟ କରାଯିବାର କେଇ ଘଣ୍ଟା ଭିତରେ ହଜାର ହଜାର ଲାଇକ୍ସ ଓ ଅନେକ କମେଣ୍ଟ ମିଳିଛି । କିଛି ଲୋକେ ସହଦେବଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏଠାରେ କହିରଖୁଛୁ ଯେ ୧୯୬୨ରେ ଇଟାଲୀୟ ଲୋକ ଗାୟକ ଜିଓଭାନ୍ନା ଡେଫାନୀ ‘ ବେଲା ଚାଓ’ ଗୀତର ରେକର୍ଡ କରିଥିଲେ ।

 

 

View this post on Instagram

 

A post shared by Vatan Jaiswal (@vatan_jaiswal)

Get real time updates directly on you device, subscribe now.