fbpx

ସରକାର ମୋତେ ମୃତ୍ୟୁ ଦିଅ; ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବୁଧବାର ଦିନ ଘଟିଯାଇଛି ଏକ ଅଘଟଣ । ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜନୈକ ଯୁବକ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଅନ୍ତର୍ଗତ ପଙ୍କପାଳ ଗ୍ରାମର ଯୁବକ ଦୁଷ୍ମନ୍ତ ଦାସ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କୀଟନାଶକ ଖାଇବା ସହିତ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ଦୁଷ୍ମନ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏସସିବି କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଏବଂ ସରକାରଙ୍କ ସ୍ଥାଣୁତା ପ୍ରତିବାଦରେ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇବାର ନିଷ୍ପତ୍ତି ନେଇଥିଲେ ଦୁଷ୍ମନ୍ତ । ୨୨ ମାର୍ଚ୍ଚ ୨୦୨୦ରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇଥିଲେ । ବାମ ଗୋଡରେ ଗଭୀର କ୍ଷତ କାରଣରୁ ଏସିସିବିରେ ତାଙ୍କ ଗୋଡର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । କରୋନା ପରସ୍ଥିତିର ଆଳ ଦେଖାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିଲା । ଶେଷରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିଲା । ଅସ୍ତ୍ରୋପଚାରରେ ତ୍ରୁଟି ରହିଥିବା କଥା ସ୍ୱୀକାର କରିଥିଲେ ହେଁ ପରବର୍ତ୍ତୀ ଚିକିତ୍ସା ଯୋଗାଇବାକୁ ଅମଙ୍ଗ ହୋଇଥିଲେ ଏସସିବି କର୍ତ୍ତୃପକ୍ଷ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତର ଦୌଡି ଦୌଡି ନିରାଶ ହେବା ପରେ ଆତ୍ମହତ୍ୟାର ପଥ ଆପଣେଇବାକୁ ଚେଷ୍ଟା କରିଥିଲେ ଦୁଷ୍ମନ୍ତ ।

Get real time updates directly on you device, subscribe now.