fbpx

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ; ଫେରିଲେ ଅଶ୍ୱିନ, ବାଦ ପଡ଼ିଲେ କୁଲଚା ଓ ଧୱନ

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ୧୬ ଜଣିଆ ଦଳ ଘୋଷଣା କରିଥିବା ବେଳେ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଏକଦା ଦଳର ପ୍ରାଇମ ସ୍ପିନର ଭାବରେ ରହିଥିବା ଅଶ୍ୱିନଙ୍କୁ ସୀମିତ ଓଭର ଦଳରେ ସୁଯୋଗ ପ୍ରଦାନ କରାଯାଉନଥିଲା ।

ର୍ତେବେ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଦଳରୁ ବାଦ ଦେଇଛନ୍ତି ଚୟନକର୍ତ୍ତା । ଦୁଇ ସ୍ପିନର ଭଲ ଫର୍ମରେ ନଥିବା କାରଣରୁ ତାଙ୍କୁ ବାଦ ଦିଆଯାଇଛି । ସେହିପରି ନିକଟରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଦଳର ନେତୃତ୍ୱ ନେଇଥିବା ଶିଖର ଧୱନଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ମହେନ୍ଦ୍ର ସିଂ ଧୋନୀ ଦଳର ମେଣ୍ଟର ଭାବରେ କାର୍ଯ୍ୟ କରିବାକୁ ଥିବା ବେଳେ ଶ୍ରେୟସ ଆୟର, ଶାର୍ଦ୍ଦୁଲ ଠାକୁର ଏବଂ ଦୀପକ ଚହରଙ୍କୁ ରିଜର୍ଭ ଖେଳାଳି ଭାବରେ ସ୍ଥାନ ମିଳିଛି । ରୋହିତ ଶର୍ମାଙ୍କ ସହିତ କେ ଏଲ ରାହୁଲ କିମ୍ବା ବିରାଟ କୋହଲି ଓପନିଂ କରିବାର ସମ୍ଭାବନା ରହିଛି । ସେହିଭଳି ଦୁଇ ଜଣ ୱିକେଟ କିପର ଋଷଭ ପନ୍ତ ଓ ଇଶାନ କିଶନଙ୍କୁ ଦଳରେ ସ୍ଥାନ ମିଳିଛି ।

ଭାରତୀୟ ଦଳ:

ବିରାଟ କୋହଲି, ରୋହିତ ଶର୍ମା, କେ ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶ. ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର. ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି ।

Get real time updates directly on you device, subscribe now.