fbpx

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍ ରେଜଲ୍ଟ୍ , ୩୦୭ ପ୍ରାର୍ଥୀ କୃତକାର୍ଯ୍ୟ

କଟକ, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍‌ ପରୀକ୍ଷାଫଳ ଶୁକ୍ରବାର ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଛି । ଏଥିରେ ମୋଟ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଆସନ୍ତା ୨୨ ତାରିଖରୁ ନିଜର ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ସହ ପର୍ସନାଲ ଟେଷ୍ଟ ଦେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ବିସ୍ତୃତ କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ଆୟୋଗଙ୍କ ଦ୍ୱାରା ଜାରି କରାଯିବ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ପରୀକ୍ଷା ଫଳ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍‌ opsc.gov.in ରେ ଉପଲବ୍ଧ ରହିଛି । ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ପରୀକ୍ଷା ଗତବର୍ଷ ଡିସେମ୍ବର ୭ ତାରିଖ ଓ ଚଳିତବର୍ଷ ଅନୁଷ୍ଠିତ ହୋଇଥିଲା । ମୋଟ ୧୩୫ଟି ଗ୍ରୁପ୍ -ଏ ଓ ବି ବର୍ଗ ପାଇଁ ଏହି ପରୀକ୍ଷା କରାଯାଇଥିଲା ।

Get real time updates directly on you device, subscribe now.