fbpx

IPL-୨୦୨୧ ପାଇଁ ପହଞ୍ଚିଲେ MI ତ୍ରିମୂର୍ତ୍ତି; ଦୁବାଇରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଆଇପିଏଲର ଅବଶିଷ୍ଟ ମ୍ୟାଚ ପାଇଁ ଆବୁଧାବିରେ ପହଞ୍ଚିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି । ଇଂଲଣ୍ଡରେ ଥିବା ଭାରତୀୟ ଦଳର ତିନି ମୁମ୍ବାଇ ଇଣ୍ଡିଆନ୍ସ ସଦସ୍ୟ ରୋହିତ ଶର୍ମା, ଜସପ୍ରୀତ ବୁମରା ଏବଂ ସୂର୍ଯ୍ୟ କୁମାର ଯାଦବ ଆଜି ଆବୁଧାବିରେ ପହଞ୍ଚିଛନ୍ତି । ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହେବା କାରଣରୁ ଏହି ୩ ଖେଳାଳି ଆଗୁଆ ଦୁବାଇରେ ପହଞ୍ଚିଛନ୍ତି ।
ଏହି ୩ ଖେଳାଳି ପହଞ୍ଚିବା ସହିତ ଏମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପତ୍ନୀ ରୀତିକା ଏବଂ ଝିଅ ପହଞ୍ଚିଥିଲେ । ସେହିପରି ଜସପ୍ରୀତ ବୁମରା ମଧ୍ୟ ନିଜ ପତ୍ନୀଙ୍କ ସହିତ ପହଞ୍ଚିଥିଲେ । ଏହା ବ୍ୟତିତ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଦୁବାଇରେ ପହଞ୍ଚିଛନ୍ତି । ଏହି ୩ ଖେଳାଳି ୬ ଦିନିଆ କ୍ୱାରେଣ୍ଟାଇନ ଅବଧି ଶେଷ କରିବା ପରେ ଦଳ ସହିତ ଯୋଗ ଦେବେ ।

Get real time updates directly on you device, subscribe now.