fbpx

ସମଲେଶ୍ୱରୀ ପୀଠରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ଶୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମା ସମଲେଶ୍ବରୀ ପୀଠରେ ଆରମ୍ଭ ହେଲା ଲାଇଟ ଏବଂ ସାଉଣ୍ଡ ଶୋ। ନୂଆଖାଇ ଶୁଭ ଅବସରରେ ଆଜି ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ୮ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ଲାଇଟ ଏବଂ ସାଉଣ୍ଡ । ୩ଟି ଭାଷାରେ ୩୭ ମିନିଟ ପର୍ୟ୍ୟନ୍ତ ଏଥିରେ ମାଙ୍କର ବିଷୟରେ ବର୍ଣ୍ଣନା କରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ପୀଠରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ସାଉଣ୍ଡ ଓ ଲାଇଟ ସୋ । ଆଜି ନୂଆଖାଇ ଉପଲକ୍ଷେ ପର୍ୟ୍ୟଟକଙ୍କ ପାଇଁ ମା ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହେଲା ଏହି ଲାଇଟ ଏବଂ ସାଉଣ୍ଡ ସିଷ୍ଟମ । ବର୍ତ୍ତମାନ ପ୍ରତେକଦିନ ୩୭ ମିନିଟ ଏହି ଶୋ କରାଯିବ। ଏଥିରେ ମାଙ୍କର ଆବିର୍ଭାବ, ମାଙ୍କର ପୂଜା ବିଧି, କେଉଁ ସମୟରେ କେଉଁ ପର୍ଵ ମାଙ୍କ ନିକଟରେ ପାଳନ ହୁଏ ,ତଥା ଆମ ସଂସ୍କୃତି, କଳା କୁ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେବେ ଏହି ଶୋ ଆଗକୁ ବଢ଼ାଯିବାର ଯୋଜନା ମଧ୍ୟ ରହିଛି। ବର୍ତ୍ତମାନ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏହା ପ୍ରତିଦିନ ପାଳନ କରାଯିବ ।

ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଏହି ଲାଇଟ ଓ ସାଉଣ୍ଡ ଶୋ ଆରମ୍ଭ ହେଲା। କୋଭିଡ ପାଇଁ ବର୍ତ୍ତମାନ କିଛିଦିନ ପାଇଁ ଏହା ବନ୍ଦ ରହିବ ଜ଼ୀଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦେଶ ପରେ ଏହା ଚାଲୁ ହେବ। ସେପଟେ ସମ୍ବଲପୁରର ପୂର୍ବତନ ବିଧାୟିକା କହିଛନ୍ତି ଏହା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା। କୋଭିଡ ପାଇଁ ଟିକେ ଏହା ବିଳମ୍ବ ହେଲା। ୨୦୧୮ ମସିହାରୁ ଏହାର ପରିକଳ୍ପନା କରାଯାଇଥିଲା।

Get real time updates directly on you device, subscribe now.