fbpx

ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କରିପାରିବେନି ଏହିସବୁ କାମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ ହୋଇଯାଇଛି । ଯଦି ଆପଣ ମାନେ ନିଜ ଗାଡ଼ିରେ ଏପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନାହାନ୍ତି ତେବେ ଆପଣ ଶୀଘ୍ର ଲଗାଇ ଦିଅନ୍ତୁ । କାରଣ ଏହାକୁ ନ ଲଗାଇଲେ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟାର ସାମନା କରିବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କରେ ବିସ୍ତୃତ ଭାବରେ ।

କଣ ହୋଇଥାଏ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍?

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ହୋଲୋଗ୍ରାମ ସ୍ଟିକର୍ ରହିଥାଏ । ଯେଉଁଠାରେ ଗାଡ଼ିର ଇଞ୍ଜିନ୍ ଏବଂ ଚେସିସ୍ ନମ୍ବର ରହିଥାଏ । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ଗାଡ଼ିର ସୁରକ୍ଷା ଓ ସୁବିଦାକୁ ଧ୍ୟାନରେ ରଖି ତିଆରି କରାଯାଇଛି । ଏହି ନମ୍ବରକୁ ପ୍ରେସର୍ ମେସିନ୍ ସହାୟତାରେ ଲଗାଯାଇଥାଏ । ପ୍ଲେଟ୍ ଉପରେ ଏକ ପ୍ରକାରର ପିନ୍ ରହିଥାଏ ଯାହା ଗାଡ଼ି ସହିତ ଜଡ଼ିତ ଥାଏ । ଏହି ପିନ୍ ଥରେ ଆପଣଙ୍କ ଗାଡ଼ିରୁ ନମ୍ବର ପ୍ଲେଟ୍ କୁ ଯୋଡ଼ିଦେବ ତେବେ ଏହା ଦୁଇ ପଟରୁ ଲକ୍ ହୋଇଯିବ । ଏହାପରେ କିଏ ବି ଏହାକୁ ଖୋଲି ପାରିବ ନାହିଁ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ହୋଇପାରିବ ନାହିଁ ଏହିସବୁ କାମ

ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ରେ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ର ସେକେଣ୍ଡ କପି, ଗାଡ଼ିର ରେଜିଷ୍ଟ୍ରେସନ୍ ଟାନ୍ସଫର୍ ଠିକଣା ବଦଳାଇବା, ରେଜିଷ୍ଟ୍ରେସନ୍ ର ରିନ୍ୟୁଭେସନ୍, ନୋ ଅବଜେକ୍ସନ୍ ସାର୍ଟିଫିକେଟ୍, ନୂତନ ପରମିଟ୍, ଟେମ୍ପୋରାରୀ ପରମିଟ୍, ସ୍ପେଶାଲ୍ ପରମିଟ୍, ନ୍ୟାସନାଲ୍ ପରମିଟ୍ ଆଦି ହୋଇପାରିବ ନାହିଁ ।

Get real time updates directly on you device, subscribe now.