fbpx

ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ଅନାବଶ୍ୟକ: ବିଲ ଆଣିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଏଣିକି ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ ପ୍ରବେଶିକା ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହା ବିରୋଧରେ ବିଲ ଆଣିଛନ୍ତି ତାମିଲନାଡୁ ରାଜ୍ୟ ସରକାର । ସୋମବାର ଅଣାଯାଇଥିବା ବିଲ୍ ଅନୁଯାୟୀ ଏଣିକି ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍ ବାଧ୍ୟତାମୂଳକ ନୁହେଁ । ଦ୍ୱାଦଶ ପାଶ କରିଥିବା ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ।

ଏହା ସହିତ ସରକାରୀ ସ୍କୁଲରେ ପାଠ ପଢିଥିବା ପିଲାଙ୍କ ପଶଇଁ ୭.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ନିଟ୍ ବିରୋଧୀ ବିଲ୍ ପାଶ କରାଯାଇଥିବା ବେଳେ ଏହା ବିରୋଧରେ ବିଜେପି ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।ଏହା ପୂର୍ବରୁ ନିଟ ବିରୋଧରେ ଜଷ୍ଟିସ ରାଜନ କମିଟି ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

Get real time updates directly on you device, subscribe now.