fbpx

ଦୁଷ୍ମନ୍ତ ମୃତ୍ୟୁ ମାମଲା: ୱେବ୍ ସାମ୍ବାଦିକଙ୍କୁ ସମନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଦୁଇ ଜଣ ୱେବ୍ ସାମ୍ଭାଦିକଙ୍କୁ ସମନ୍ ଜାରି କରାଯାଇଛି । ତେବେ ଦୁଷ୍ମନ୍ତ ମୃତ୍ୟୁ ମାମଲାରେ କମିଶନରେଟ୍ ପୋଲିସ୍ ତଦନ୍ତ ଜାରି ରଖିଛି । ଏହାରି ଭିତରେ ଦୁଇ ୱେବ୍ ସାମ୍ବାଦିକଙ୍କୁ କଟକ ମଙ୍ଗଳବାଗ ପୋଲିସ୍ ନୋଟିସ୍ ଜାରି କରିଛି । ଅସିତ୍ ରାଉତ ଓ ଦାମୋଦର ସେଠୀଙ୍କୁ ନୋଟିସ୍ ଜାରି ହୋଇଛି । ଏମାନଙ୍କ ନାମରେ ପୋଲିସ୍ ଅଭିଯୋଗ ଆଣିଛି ଯେ, ଏମାନେ ଦୁଷ୍ମନ୍ତଙ୍କୁ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ । ଏନେଇ ତଦନ୍ତ କରିବା ଲାଗି ସମନ୍ ଜାରି ହୋଇଛି ।

Get real time updates directly on you device, subscribe now.