fbpx

ପରୀକ୍ଷା ପାଇଁ ସର୍ଟ ପିନ୍ଧିଯାଇଥିଲେ, ସାର ଡୋର ସ୍କ୍ରିନ ଗୁଡେ଼ଇ ହଲ୍ ରେ ବସିବାକୁ ବାଧ୍ୟ କଲେ

ନୂଆଦିଲ୍ଲୀ: ସର୍ଟ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ ଜଣେ ୧୯ ବର୍ଷୀୟ ଯୁବତୀ । ହେଲେ ସର୍ଟ ପିନ୍ଧିଥିବାରୁ ସାର୍ ହଲ୍ ଭିତରେ ପଶିବାକୁ ବାରଣ କରିଥିଲେ । ଏହାପରେ ଯୁବତୀଙ୍କୁ ଡୋର୍ ସ୍କ୍ରିନ୍ ଗୋଡ଼ ଚାରିପଟେ ଗୁଡାଇ ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ ଓ ପରୀକ୍ଷା ଦେଇଥିଲେ ମଧ୍ୟ । ଏନେଇ ଉକ୍ତ ଯୁବତୀ କହିଛନ୍ତି ଯେ, ଜୀବନର ସବୁଠାରୁ ଅପମାନଜନକ ମୁହୂର୍ତ୍ତ ହେଉଛି ଏହି ଘଟଣା । ତେବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ତେଜପୁର ଟାଉନ୍ ରେ ।

ସୂଚନା ଅନୁସାରେ, ବୁଧବାର ଦିନ ଏହି ୧୯ ବର୍ଷୀୟ ଯୁବତୀ ଜୁବଲୀ, ପ୍ରତିଯୋଗିତା ମୁଳକ ପରୀକ୍ଷା ଦେବାକୁ ଆସାମ ଆଗ୍ରିକଲଚର୍ ୟୁନିଭର୍ସିଟିକୁ ଆସିଥିଲେ । ସେଠାରେ ତାଙ୍କ ସହିତ ଏପରି କିଛି ଘଟିଥିଲା । ସେ ସର୍ଟସ୍ ପିନ୍ଧି ଆସିଥିବାରୁ ସାର୍ ତାଙ୍କୁ ଗୋଡରେ ଡୋର୍ ସ୍କ୍ରିନ୍ ପିନ୍ଧିବାକୁ ବାଧ୍ୟ କହିଥିଲେ । ଏହାପରେ ସେ କିଛି ବାଟ ନ ପାଇ ବାଧ୍ୟ ହୋଇ ଗୋଡରେ ଡୋର୍ ସ୍କ୍ରିନ୍ ଗୁଡାଇ ପରୀକ୍ଷା ଦେଇଥିଲେ । ଜୁବଲୀ କହିଛନ୍ତି ଯେ, ପ୍ରଥମେ ହଲ୍ କୁ ଯିବା ବେଳେ ସିକ୍ୟୁରିଟି ଅଟକାଇ ନଥିଲା । କିନ୍ତୁ ସେ ଯେଉଁ ହଲ୍ ରେ ପରୀକ୍ଷା ଦେବାକୁ ଯାଉଥିଲେ ସେଠାରେ ଥିବା ଇନଭିଲେଟର୍ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ।

ଜୁବଲୀ ତାଙ୍କ ବାପାଙ୍କ ସହିତ ପର୍ରୀକ୍ଷା ଦେବାକୁ ଯାଇଥିଲେ । ହୋମ୍ ଟାଉନ୍ ରୁ ୭୦ କିମି ଦୁରରେ ଥିବା ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଇଥିଲେ । ହଲ୍ ରେ ଥିବା କଣ୍ଟ୍ରୋଲର୍ କହିଥିଲେ ଯେ, ସେ ଯଦି କୌଣସି ପ୍ରକାରରେ ଫୁଲ୍ ପ୍ୟାଣ୍ଟର ଯୋଗଡ଼ କରିପାରିବେ ତେବେ ଯାଇ ପରୀକ୍ଷା ଦେଇ ପାରିବେ । ଏହାପରେ ତାଙ୍କ ବାପା ପାଖ ମାର୍କେଟକୁ ଯାଇଥିଲେ । କିନ୍ତୁ ତାଙ୍କ ବାପା ଆସିବାକୁ ବିଳମ୍ବ ହୋଇଯାଇଥିଲା ଓ ପରୀକ୍ଷା ସମୟ ବି ହୋଇଯାଇଥିଲା । ତେଣୁ ସେଠାରେ ଥିବା ସାର୍ ତାଙ୍କୁ ଡୋର୍ ସ୍କ୍ରିନ୍ ପିନ୍ଧି ପରୀକ୍ଷା ଦେବାକୁ କହିଥିଲେ ।

ତେବେ ଏହା ହେଉଛି ତାଙ୍କ ଜୀବନର ସବୁଠାରୁ ବଡ଼ ଅପମାନଜନକ ମୁହୂର୍ତ୍ତ । ଯେତେବେଳେ ଜଣେ ପୁଅ ସର୍ଟ ପିନ୍ଧି ମାର୍କେଟ, ବଜାର ସବୁଠିକୁ ଯାଉଛି ତାକୁ କହିବାକୁ କେହି ମୁହଁ ଖୋଲୁନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଝିଅ ସର୍ଟ ପିନ୍ଧି ଦିଲଏ ସେତେବେଳେ ସେମାନଙ୍କ ଉପରକୁ ଆଙ୍ଗୁଠି ଉଠାଯାଉଚି ବୋଲି କହିଛନ୍ତି ଜୁବଲୀ ।

Get real time updates directly on you device, subscribe now.