fbpx

Online ସ୍ପର୍ମରୁ ଜନ୍ମ ନେଲା ଶିଶୁ; ନା ରଖାଗଲା E-BABY

ନୂଆଦିଲ୍ଲୀ: ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଛୁଆର ଅଦ୍ଭୁତ ନାମ ରଖି ଚର୍ଚ୍ଚାରେ ରହିଛନ୍ତି । ଏହି ଶିଶୁଟିର ନାମ ଇ ବେବି ରଖା ଯାଇଥିବା ବେଳେ ଏହା ପଛର କାହାଣୀ ମଧ୍ୟ ସମ୍ପୂର୍ଣ୍ଣ ରୋଚକ ରହିଛି । ମହିଳା ଜଣଙ୍କ ନିଜ ପତିଙ୍କ ଠାରୁ ଅଲଗା ହେବା ପରେ ଗର୍ଭଧାରଣ କରିବାକୁ ଚାହିଁଥିଲେ । ସେ ଅନଲାଇନରେ ସ୍ପର୍ମ ମଧ୍ୟ ଅର୍ଡର କରିଥିଲେ । ଏହି ସ୍ପର୍ମରୁ ଗର୍ଭଧାରଣ କରିବା ପରେ ଶିଶୁଟିର ନାମ ସେ ଇ-ବେବି ରଖିଛନ୍ତି ।

ବ୍ରିଟେନର ଟି ସାଇଡରେ ରହୁଥିବା ଷ୍ଟେଫିନି ଟେଲର(୩୩)ଙ୍କର ପ୍ରଥମ ପତିଙ୍କ ଔରସରୁ ଏକ ସନ୍ତାନ ରହିଛି । ଏହା ସତ୍ତେ୍ୱ ସେ ଆଉ ଏକ ସନ୍ତାନ ମଧ୍ୟ ଚାହୁଁଥିଲେ । ତେବେ ଦ୍ୱିତୀକୟ ବିବାହ ଚାହୁଁନଥିବା ଷ୍ଟେଫିନି ଅନଲାଇନରୁ ସ୍ପର୍ମ ଅର୍ଡର କରିଥିଲେ । ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହେବା ସହିତ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ ଷ୍ଟେଫିନି । ଅନଲାଇନ ସ୍ପର୍ମରୁ ଜନ୍ମ ନେଇଥିବାରୁ ଶିଶୁଟିର ନାମ ଇ ବେବି ରଖିଛନ୍ତି ଷ୍ଟେଫିନି । ଆଇଭିଏଫ୍ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସେ ଅନଲାଇନ ସ୍ପର୍ମ ଡେଲିଭରୀ ଉପରେ ନିର୍ଭର କରିଥିଲେ । ଅନଲାଇନରୁ ସ୍ପର୍ମ ଏବଂ ଇନସେମିନେସନ କିଟ ମଗାଇବା ସହିତ ନିଜେ ନିଜକୁ ଗର୍ଭବତୀ କରାଇଥିଲେ । ଏହା ସହିତ ଏହି ଗର୍ଭଧାରଣ ପଦ୍ଧତିର ସମସ୍ତ ଜ୍ଞାନ ସେ ୟୁଟ୍ୟୁବରୁ ହାସଲ କରିଥିବା କହିଥିଲେ ଷ୍ଟେଫିନି ।

Get real time updates directly on you device, subscribe now.