OCCL ସିନିଅର ମ୍ୟାନେଜରଙ୍କ ଘରୁ ମିଳିଲା ୨ କୋଟିର ଆୟ ବହିର୍ଭୂତ ସମ୍ପତ୍ତି

ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି ।

ତେବେ ରଞ୍ଜନ ଏବେ OCCL ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି । ଚଢ଼ାଉ ବେଳେ ରଞ୍ଜନଙ୍କ ସମ୍ବଲପୁରରେ ଗୋଟିଏ ୩ ମହଲା କୋଠା, ୭ଟି ପ୍ଲଟ ଠାବ କରାଯାଇଛି । ଏହା ସହିତ ୧୭ ଲକ୍ଷର ବ୍ୟାଙ୍କ ଜମା ଏବଂ ୨୧ ଲକ୍ଷର ବୀମା ମଧ୍ୟ ଠାବ କରାଯାଇଛି ।