fbpx

ନରେନ୍ଦ୍ର ଗିରି ମହାରାଜଙ୍କ ଆତ୍ମହତ୍ୟା; ଶିଷ୍ୟ ଦେଉଥିଲେ ମାନସିକ ନିର୍ଯାତନା

ନୂଆଦିଳ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ବେଳେ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଛି । ଏଡିଜି ପ୍ରଶାନ୍ତ କୁମାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଇସାଇଡ ନୋଟରେ ମହନ୍ତ ନିଜର ପୂର୍ବତନ ଶିଷ୍ୟ ଆନନ୍ଦ ଗିରିଙ୍କ ନାମ ଉଲ୍ଲେଖ କରିଛନ୍ତି । ଆନନ୍ଦ ତାଙ୍କୁ ମାନସିକ ନିର୍ଯାତନା ଦେବାକୁ ଚେଷ୍ଟା କରୁଥିଲେ ବୋଲି ଉଲ୍ଲେଖ କରିଛନ୍ତି ମହନ୍ତ ।

ଅଷ୍ଟ୍ରେଲିଆରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଆନନ୍ଦଙ୍କୁ ଗତ ବର୍ଷ ଆଶ୍ରମରୁ କାଢି ଦେଇଥିଲେ ମହନ୍ତ । ଏହାପରେ ଆନନ୍ଦ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଆନନ୍ଦ କହିଛନ୍ତି, ମୁଁ ଏବେବି ହରିଦ୍ୱାରରେ ରହିଛି । ସତ୍ୟତା କଣ ଜଣା ପଡିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ମହନ୍ତଙ୍କ ମୃତ୍ୟୁରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.