fbpx

ବରୁଣ ଓ ରସେଲଙ୍କୁ ୩-୩ ୱିକେଟ; KKR ସମ୍ମୁଖରେ ୯୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲର ୧୪ର ଅବଶିଷ୍ଟ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ମାତ୍ର ୯୨ ରନରେ ଅଲଆଉଟ ହୋଇଥିବା ବେଳେ କେକେଆର ସମ୍ମୁଖରେ ୯୩ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ୱିକେଟ ନେଇ ଆରସିବିର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

ଆରସିବି ପକ୍ଷରୁ ଦେବଦତ୍ତ ପାଡିକ୍କଲ ସର୍ବାଧିକ ୨୨ ରନ କରିଥିବା ବେଳେ ଶ୍ରୀକର ଭାରତ ୧୬ ରନ କରିଥିଲେ । ଦଳ ପକ୍ଷରୁ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ମଧ୍ୟ ଛୁଇଁ ପାରିନଥିଲେ । ନିର୍ଭରଯୋଗ୍ୟ ବିରାଟ କୋହଲି(୫) ଏବଂ ଏବି ଡିଭିଲିୟର୍ସ(୦) ବିଫଳ ହେବାରୁ ଦଳ ୧୦୦ ରନ୍ ମଧ୍ୟ ପୂରଣ କରି ପାରିନଥିଲା । କେକେଆର ପକ୍ଷରୁ ରସେଲ ୯ ରନରେ ୩ଟି ଏବଂ ବରୁଣ ୧୩ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.