fbpx

ଏହି ୫ଟି ଖାଦ୍ୟ ଖାଇଲେ ମସ୍ତିସ୍କ ଉପରେ ପଡ଼େ ଖରାପ ପ୍ରଭାବ, ଏବେ ଠାରୁ କମ୍ କରନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷର ଯେତେବେଳେ ଦୈନାନ୍ଦିନ ଖାଦ୍ୟ ଖାଇବାରେ କିଛି ଅସୁବିଧା ହୁଏ ସେତେବେଳେ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ତ ଠିକ୍ ଅଛି କିନ୍ତୁ ଯଦି ଆପଣ କିଛି ଅସ୍ୱସ୍ଥିକର ଖାଦ୍ୟ ସେବନ କରୁଛନ୍ତି ତେବେ ଶରୀରରେ ଅନିୟମିତତା ଦେଖାଦେବା ଆରମ୍ଭ ହୁଏ । ଅସ୍ୱସ୍ଥିକର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଡେପୋମାଇନ୍ ଏବଂ ସେରୋଟୋନିନ୍ ଭଳି ନ୍ୟୁରୋଟ୍ରାନ୍ସମିଟର୍ସ ନିୟନ୍ତ୍ରଣ ପ୍ରଭାବିତ ହୋଇଥାଏ ।

ଏକ ଅଧ୍ୟୟନ ଅନୁସାରେ, ଉଚ୍ଚ ସୁଗର୍ ଏବଂ ସାଚୁରେଟେଡ୍ ଫ୍ୟାଟ୍ ଥିବା ଡାଇଟ୍ ହିପ୍ପୋକ୍ୟାମ୍ପସ୍(ଜଟିଳ ବ୍ରେନ୍ ସମସ୍ୟା) ଫଙ୍କସନ୍ କୁ ବଦଳାଇଦିଏ । ଏଥିପାଇଁ ଡାକ୍ତର ମାନେ ମସ୍ତିସ୍କ ସହ ଜଡ଼ିତ ସମସ୍ୟାକୁ ଦୂର କରିବା ଭଳି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି । ବ୍ରେନ୍ ସମସ୍ୟା ବଢ଼ାଇବା ଭଳି ଖାଦ୍ୟ ଠାରୁ ଦୁରେଇ ରହିବା ଭଲ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଚନ୍ତି ।

ତେବେ ଆପଣ ମାନେ ଯଦି ନିଜର ମସ୍ତିସ୍କ ଜନିତ ସମସ୍ୟାଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଏହି ୫ଟି ଖାଦ୍ୟକୁ ସେବନ କରନ୍ତୁ ନାହିଁ ।

କେକ୍ ବା କୁକିଜ୍: କେକ୍, କୁକିଜ୍ ଏବଂ କୋଲ୍ଡ ଡ୍ରିଙ୍କ୍ସ ଭଳି ହାଇ ସୁଗର୍ ଖାଦ୍ୟ ଆମ ମସ୍ତିସ୍କର ପରିଚାଳନାରେ ପ୍ରଭାବ ପକାଇଥାଏ । ତେଣୁ ଏକ୍ସପର୍ଟ ମାନଙ୍କ ପରାମର୍ଶ ଅନୁସାରେ, ପ୍ରୋସେସ୍ଡ ଫୁଟ୍ ଠାରୁ ଦୁରେଇ ରୁହନ୍ତି ଏବଂ ଏହା ବଦଳରେ କିଛି ଫଳ ଖାଆନ୍ତୁ । ତେବେ ଶରୀରକୁ ଅନେକ ଫାଇଦା ମିଳିବ ।

ଅଧିକ ଲୁଣଯୁକ୍ତ ଖାଦ୍ୟ: ଚିପ୍ସ,ପିଜା, କେନ୍ ସୁପ୍ ଏବଂ ପ୍ରୋସେସ୍ଡ ମିଟ୍ ରେ ସୋଡିୟମ୍ ର ମାତ୍ରା ଅଧିକ ରହିଥାଏ । ଏସବୁ ମସ୍ତିସ୍କ ର କୋଷ ଉପରେ ଥିବା ପ୍ରୋଟିନ୍ ଲେବଲ୍ କୁ ଅସ୍ଥିର କରିପାରେ । ଏଥିରେ ଥିବା ଟାଓ ପ୍ରୋଟିନ୍ ର ସ୍ତର ବଢ଼ିବା ଫଳରେ ଡୋମେଶିୟା ରୋଗ ହେବାର ଆଶଙ୍କା ଥାଏ । ତେଣୁ ଡାକ୍ତର ମାନେ ଖାଦ୍ୟରେ ଅଧିକ ଲୁଣ ଖାଇବା ପାଇଁ ବାରଣ କରିଥାନ୍ତି ।

ପ୍ରୋସେସ୍ଡ ମିଟ୍: ଅଲ୍ଜାଇମର୍ ବିପଦରୁ ବର୍ତ୍ତିବା ପାଇଁ ଏକ୍ସପର୍ଟ ମାନେ ପ୍ରୋସେସ୍ଡ ମିଟ୍ ଖାଇବା ସହିତ ଅନ୍ୟାନ୍ୟ ଇନଫ୍ଲାମେଟୋରୀ ଫୁଡ୍ ଠାରୁ ଦୁରରେ ରହିବାକୁ ପରାମର୍ଶ ଦେଇଥାନ୍ତି । ପ୍ରୋସେସ୍ଡ ମିଟ୍ ରେ ଅଧିକ ଲୁଣ, କେମିକାଲ୍, ସ୍ମୋକ୍, ଡ୍ରାଏ ଏବଂ କୋନିଂ ଭଳି ପ୍ର୍ରକ୍ରିୟା ଦେଇ ଗତି କରିଥାଏ ।

ଆଲକୋହଲ୍: ଏକ୍ସପର୍ଟ ମାନଙ୍କ କହିବା ମୁତାବକ, ମଦରେ ଥିବା ଆଲକୋହଲ୍ ରେ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ନ୍ୟୁରୋଟ୍ରାନ୍ସମିଟର୍ସର ନିୟନ୍ତ୍ରଣକୁ ପ୍ରଭାବିତ କରିଥାଏ । ଫଳରେ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
ହ୍ୱାଇଟ୍ ବ୍ରେଡ୍ ଓ ଭାତ: ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ହ୍ୱାଇଟ୍ ବ୍ରେଡ୍ ବା ଧଳା ଭାତ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଅଲ୍ଜାଇମର୍ ସମସ୍ୟା ହୋଇଥାଏ ।

Get real time updates directly on you device, subscribe now.