fbpx

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଗଲା ଜୀବନ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଡ୍ରେନରେ ଭାସି ୧୦ମ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ । ଏହି ଘଟଣାରେ ଜଣେ ୮ ବର୍ଷର ଶିଶୁକନ୍ୟା ଓ ଜଣେ ୪ ବର୍ଷର ଶିଶୁପୁତ୍ର ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖେଳିବା ପାଇଁ ପୋଖରୀ ଭିତରକୁ ୨ ଶିଶୁ ଚାଲିଯାଇଥିଲେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.