fbpx

୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଅମିତ୍ ଶାହ, ନକ୍ସଲ ସମସ୍ୟା ଉପରେ ହେବ ମନ୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକ କରିବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ସୂଚନା ଅନୁସାରେ, ଗୃହ ମନ୍ତ୍ରୀ ଅମିତ୍ ଶାହ ଏହି ବୈଠକରେ ନକ୍ସଳ ପ୍ରବଣ ଅଞ୍ଚଳର ସ୍ଥିତି ସମ୍ପର୍କରେ ୧୦ ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । କିପରି ସେଠାକାର ଲୋକଙ୍କ ସୁରକ୍ଷା କରାଯିବ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ । ଏହା ବ୍ୟତୀତ ବର୍ତ୍ତମାନ ନକ୍ସଲ ମାନଙ୍କ ବିରୋଧରେ ଜାରି କରିଥିବା ଅଭିଯାନ ସମ୍ପର୍କରେ ସମୀକ୍ଷା କରିବେ ଗୃହମନ୍ତ୍ରୀ ।

ତେଣୁ ଏହି ବୈଠକରେ ଆଶା କରାଯାଉଛି ଯେ, ଶାହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡ଼କ, ସ୍କୁଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଭଳି ବିକାଶ କାର୍ଯ୍ୟ ଉପରେ ସମୀକ୍ଷା କରିବେ । ମନ୍ତ୍ରାଳୟର କହିବାକୁ ଅନୁସାରେ, ଦେଶରେ ମାଓବାଦୀଙ୍କ ହିଂସା କମ୍ ହୋଇଛି । ଏବେ କେବଳ ୪୫ଟି ଜିଲ୍ଲା ପାଇଁ ବିପଦ ରହିଛି ।

ସୂଚନା ଅନୁସାରେ, ଏହି ବୈଠକରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ , ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏବଂ କେରଳ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କୁ ସାମିଲ ହେବାକୁ କୁହାଯାଇଛି ।

 

Get real time updates directly on you device, subscribe now.