fbpx

କାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି, ଶ୍ରୀକାକୁଲମ୍ ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୁଚନା ଯେ, ଶ୍ରୀକାକୁଲମ୍ ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏନେଇ ବାତ୍ୟା ଗୁଲାବ ମୁକାବିଲା ନେଇ ସମୀକ୍ଷା ବୈଠକରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ମଧ୍ୟ ରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକାକୁଲମ୍ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନାଗିରି ନେଇ ଛତିଶଗଡ଼କୁ ଗତି କରିବ ବୋଲି ସୂଚନା ରହିଛି ।

 

Get real time updates directly on you device, subscribe now.