fbpx

‘ଗୁଲାବ’ ତାଣ୍ଡବ: ୫ଟି ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ବେଳକୁ ବେଳ ସ୍ଥଳଭାଗର ନିକଟତର ହେବାରେ ଲାଗିଛି । ତେବେ ଝଡ଼ର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ପ୍ରସ୍ତୁତି ତଥା ସଚେତନତା ଜାରି ରହିଛି । ତେବେ ବାତ୍ୟାର ଭୟାବହାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ତେବେ ୫ଟି ଜିଲ୍ଲାରେ ବାତ୍ୟା ‘ଗୁଲାବ’ ଭୟଙ୍କର ରୂପ ଦେଖାଇବ ବୋଲି ଏସଆରସି କହିଛନ୍ତି । ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ଅବବାହିକାରେ ବନ୍ୟା ଆଶଙ୍କା ରହିଛି । ଗଞ୍ଜାମରେ ୫ଟି ଓଡ୍ରାଫ, ୧ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଆସିକା, ପୁରୁଷୋତ୍ତମପୁର, ଗୋପାଳପୁର, ପାତ୍ରପୁର, ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ ହେବେ । ଆସିକାରେ ଏକ ୨୨ ଜଣିଆ ଏନଡିଆରଏଫଙ୍କୁ ମୁତୟନ କରାଯାଇଛି । ତଳିଆ, ପାହାଡ଼ିଆ ଓ ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉଦ୍ୟମ ଜାରି ରହିଛି । ତେବେ ୩ ଘଣ୍ଟା ଧରି ୧୭ କିମି ବେଗରେ ବାତ୍ୟା ‘ଗୁଲାବ’ ଗତି କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.