fbpx

ଜଳପ୍ରପାତକୁ ଡେଇଁ ଯୁବକ-ଯୁବତୀ ନିଖୋଜ, ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସନ୍ଦେହ

ନୂଆପଡ଼ା(ଓଡ଼ିଶା ଭାସ୍କର): ଜଳପ୍ରପାତକୁ ଡେଇଁ ଯୁବକଯୁବତୀ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି । ଧରମବନ୍ଧା ଥାନା ଗୋଧସ ଜଳପ୍ରପାତକୁ ଡେଇଁ ୨ ଜଣ ନିଖୋଜ ଅଛନ୍ତି । ଜଳପ୍ରପାତ ଉପରେ ବାଇକ୍, ଘଣ୍ଟା ରଖି ଡେଇଁଥିବା ଅନୁମାନ କରାଯାଉଛି । ଗାଡ଼ି ନମ୍ବରଟି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ହୋଇଥିବବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଓ ପୋଲିସ୍ ଦ୍ୱାରା ଖୋଜାଖୋଜି ଜାରି ରହିଛି । ତେବେ ସେମାନେ ପ୍ରେମ ପ୍ରସଙ୍ଗକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.