fbpx

ମେଦ ବହୁଳତା ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକ ଲୋକଙ୍କଠାରେ ବଡପେଟ ସମସ୍ୟା ଦେଖାଦେଇଥାଏ । ବଡପେଟ ଆଜିକାଲି ଅନେକ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ନାନାପ୍ରକାର ଉପାୟ ଆପଣାଇଥାନ୍ତି । ବଜାରରେ ମିଳୁଥିବା ବେଲିସ୍ଲିମ୍ ବେଲ୍ଟ ଓ ଅନେକ ମହଙ୍ଗା ମେଡିସିନର ବ୍ୟବହାର କରିଥାନ୍ତି । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ । ପେଟ କମ୍ କରିବାରେ କାକୁଡି ଓ ଲେମ୍ବୁ ପାଣିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାକୁଡି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍ ହୋଇଥାଏ । ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କାକୁଡି ଜୁସ୍ ପିଇବା ଆବଶ୍ୟକ ।
ପ୍ରସ୍ତୁତି: କାକୁଡି ଜୁସ୍ ତିଆରି କରିବା ପାଇଁ ୨ଟି କାକୁଡିକୁ ଗ୍ରାଇଣ୍ଡ କରି ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଛୋଟ ଖଣ୍ଡେ ଅଦାର ରସ ଓ କିଛି କଳାଲୁଣ ମିଶାଇ ପିଅନ୍ତୁ । ଏହାକୁ କିଛି ଦିନ ସେବନ କରିବା ଦ୍ୱାରା ଆପଣ ନିଜେ ପାର୍ଥକ୍ୟ ଜାଣିପାରିବେ ।

Get real time updates directly on you device, subscribe now.