fbpx

Tata ପରିବାରକୁ ଫେରିଲା Air India

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଶେଷରେ ଘରୋଇ ସଂସ୍ଥା ହାତକୁ ଚାଲିଯାଇଛି ଏୟାର ଇଣ୍ଡିଆର ମାଲିକାନାସ୍ୱତ୍ୱ । ଏୟାର ଇଣ୍ଡିଆକୁ ଟାଟା କମ୍ପାନୀ କିଣିଥିବା ଜଣାପଡ଼ିଛି । ଏନେଇ ହୋଇଥିବା ନିଲାମରେ ଟାଟା ସନ୍ସ ବାଜି ମାରିନେଇଛି । ଏହାଫଳରେ ସାଧାରଣ ଲୁଣ ଠାରୁ ଆରମ୍ଭ କରି ସଫ୍ଟୱେରର ନିର୍ମାତା ଟାଟା କମ୍ପାନୀ ହାତକୁ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ଫେରିଥିବା ଜଣାପଡ଼ିଛି । ପୂର୍ବରୁ ଏନେଇ ମିନିଷ୍ଟ୍ରି ଅଫ୍ ସିଭିଏ ଆଭିଏସନ, ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟ ଓ ଡାଇକ୍ଟୋରେଟ ଜନରାଲ ଅଫ୍ ସିଭିଏ ଆଭିଏସନର ଅଧିକାରୀମାନେ ଟାଟା ଗ୍ରୁପର ସ୍ପାଇସ୍ ଜେଟର ଅଧ୍ୟକ୍ଷ ଅଜୟ ସିଂହଙ୍କ ସହ ସାକ୍ଷାତ କରିଥିଲେ ।

ସୂଚନାଯୋଗ୍ୟ ଯେ, ୧୯୩୨ରେ ଟାଟା ଗ୍ରୁପ ପକ୍ଷରୁ ଟାଟା ଏୟାରଲାଇନ୍ସ ନାମରେ ଏୟାର ଇଣ୍ଡିଆ ଗଠନ କରାଯାଇଥିଲା । ୧୯୫୩ରେ ଏୟାରଲାଇନର ରାଷ୍ଟ୍ରୀୟକରଣ କରାଯାଇଥିଲା । ପୂର୍ବରୁ ଟାଟା ସିଙ୍ଗାପୁର ଏୟାରଲାଇନ୍ସ ସହିତ ମିଶି ବିମାନ ସେବାର ଯୋଗାଇ ଆସୁଥିଲା । ସରକାର ଏୟାର ଲାଇନ୍ସରୁ ଶତ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି । ଚଳିତ ବର୍ଷ ଡିସେମ୍ବର ମଧ୍ୟରେ ସରକାର ଏୟାର ଇଣ୍ଡିଆର ଡିଲ୍ ସମାପ୍ତ କରିବା ସହ ଏଲଆଇସିର ଅଂଶଧନ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ବିକ୍ରି କରିବେ । ଗତ ୨୦୦୦ରୁ ୨୦୦୬ ମଧ୍ୟରେ ଏୟାର ଇଣ୍ଡିଆ ଲାଭରେ ରହିଥିଲା । ମାତ୍ର ୨୦୦୭ରେ ଏୟାର ଇଣ୍ଡିଆ ଓ ଇଣ୍ଡିଆନ୍ ଏୟାରଲାଇନ୍ସର ସମ୍ମିଶ୍ରଣ ପରେ ଏହାର ସ୍ଥିତି ଦୁର୍ବଳ ହେବାରେ ଲାଗିଥିଲା । ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ କମ୍ପାନୀ ଉପରେ ୬୦ ହଜାର କୋଟି ଟଙ୍କାର ଋଣ ରହିଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.