fbpx

ଚା’ ପିଇବା ସମୟରେ ଏହିସବୁ ଜିନିଷ କେବେ ବି ଖାଆନ୍ତୁ ନାହିଁ, ହୋଇପାରେ ଭୟଙ୍କର ଅସୁବିଧା

ଚା’ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ଘରେ ତିଆରି ହୋଇଥାଏ । ଅଧିକାଂଶ ଲୋକେ ସକାଳେ, ସନ୍ଧ୍ୟାରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ଚା’ ପିଇବା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଯଥା ପକୁଡ଼ି, ରୁଟି, ପାଉଁରୁଟି, ମୁଢ଼ି ଆଦିକୁ ମିଶାଇ ଖାଇଥାନ୍ତି । ତେବେ ଆପଣମାନେ କ’ଣ ଜାଣନ୍ତି କି ଏହାର କୁପ୍ରଭାବ ଆପଣଙ୍କ ଶରୀର ଉପରେ ବହୁଳ ଭାବରେ ପଡ଼ିଥାଏ ବୋଲି? ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟଗୁଡ଼ିକୁ ଚା’ ପିଇବା ସମୟରେ ଖାଇବା ଅନୁଚିତ ।

– ମୁଖ୍ୟତଃ ଚା’ ପିଇବା ସମୟରେ ଆପଣ କେଉଁ ପ୍ରକାରର ଚା’ ପିଉଛନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଯଦି ଆପଣ ଗ୍ରୀନ୍ ଟି ପିଉଛନ୍ତି ତେବେ ସେଥିରେ କୌଣସି ଖାଦ୍ୟ ମିଶାଇ ଖାଆନ୍ତୁ ନାହିଁ । ଆପଣ କ୍ଷୀର ଚା’ ସହିତ ବିସ୍କୁଟ ମିଶାଇ ଖାଇପାରନ୍ତି ।

– କିଛି ଲୋକଙ୍କର ଲେମନ ଟି ପିଇବାର ଅଭ୍ୟାସ ରହିଛି । ଏହା ଆମ ଶରୀରରେ ଅମ୍ଲ ସୃଷ୍ଟି କରିବା ସହ ହଜମ କ୍ରିୟାରେ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ଚା’ ପିଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ଆମ ଶରୀରର ବହୁତ କ୍ଷତି ହୋଇଥାଏ ।

– ଚା ପିଇବା ସମୟରେ ହଳଦୀର ଉପଯୋଗ ହୋଇଥିବା ଖାଦ୍ୟ ଯଥା ବରା, ପକୁଡ଼ି, ଫାଷ୍ଟଫୁଡ୍ ଆଦି ଜିନିଷ ଖାଇବା ଅନୁଚିତ । ଚା ଓ ହଳଦୀରେ ଥିବା କିଛି ରାସାୟନିକ ଉପାଦାନ ଦ୍ୱାରା ଆମର ପାଚନ ତନ୍ତ୍ରର କ୍ଷତିସାଧନ ହୋଇଥାଏ ।

Get real time updates directly on you device, subscribe now.