ଭାଟିକାନ ସିଟି: ଜାଣନ୍ତୁ ଦୁନିଆର ସବୁଠୁ ଛୋଟ ଦେଶ ବିଷୟରେ କିଛି ତଥ୍ୟ

ଭୁବନେଶ୍ୱର: ଇଟାଲୀର ରାଜଧାନୀ ରୋମର ମଧ୍ୟ ଭାଗରେ ସ୍ଥିତ ଭାଟିକାନ ସିଟି ଦୁନିଆର ସବୁଠୁ ଛୋଟ ଦେଶ ଅଟେ । ୟୁରୋପ ମହାଦେଶରେ ସ୍ଥିତ ଏହି ଦେଶ ଇଟାଲୀର ସୀମା ଦ୍ୱାରା ଘେରି ହୋଇ ରହିଛି । ଭାଟିକାନ ସିଟିର ମୋଟ କ୍ଷେତ୍ରଫଳ ହେଉଛି ୪୪ ହେକ୍ଟର ଏବଂ ଜନସଂଖ୍ୟା ହେଉଛି ମାତ୍ର ୧୦୦୦ । ଭାଟିକାନ ସିଟିରେ ରାଜତନ୍ତ୍ର ଦେଖିôବାକୁ ମିଳେ । ପୋପ ହେଉଛନ୍ତି ଏଠାରେ ସର୍ବୋଚ୍ଚ ଶାସନର ଅଧିକାରୀ । ପୋପଙ୍କ ପାଖରେ ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା କ୍ଷମତା ରହିଛି । ଭାଟିକାନ ସିଟିର ଆଇନ ଅନୁଯାୟୀ ଏହି ଦେଶର ନାଗରିକ ସରକାରଙ୍କୁ ଟ୍ୟାକ୍ସ ବଦଳରେ ମୁଦ୍ରା ଦେଇଥାନ୍ତି ।

ଭାଟିକାନ ସିଟି ଦୁନିଆର ପ୍ରଥମ ଦେଶ ଅଟେ ଯାହା ସଂପୂର୍ଣ୍ଣ ଦେଶ ହିଁ ୱାର୍ଲ୍ଡ ହେରିଟେଜ ସାଇଟ ଅଟେ । ଦୁନିଆର ସବୁଠୁ ବଡ଼ କ୍ୟାଥଲିକ ଚର୍ଚ୍ଚ ସେଣ୍ଟ ପୀଟର୍ସ ବେସିଲିକା ମଧ୍ୟ ଏହି ଦେଶରେ ଅବସ୍ଥିତ । ଭାଟିକାନ ସିଟିରେ ଏକ ପ୍ରସିଦ୍ଧ ମ୍ୟୁଜିୟମ ରହିଛି, ଯେଉଁଠାକୁ ପ୍ରତି ବର୍ଷ ୫୦ ଲକ୍ଷରୁ ଅଧିକ ଲୋକ ବୁଲିବାକୁ ଆସିଥାନ୍ତି ।

କ୍ୟାଥଲିକ ଚର୍ଚ୍ଚର ମୁଖ୍ୟଙ୍କ ପ୍ରତିନିଧିଙ୍କୁ ପୋପ କୁହାଯାଏ ଏବଂ ପୋପଙ୍କ ନିବାସ ସ୍ଥାନ କୌଣସି ଦେଶ ଅଧୀନରେ ରହିବା କଥାନୁହେଁ । ଏହି କାରଣରୁ ଭାଟିକାନ ସିଟିର ସ୍ଥାପନା ହୋଇଥିଲା । ଭାଟିକାନ ସିଟି ପାଖରେ ନିଜର ରେଡିଓ ଷ୍ଟେସନ, ଡାକ ଟିକଟ ଏବଂ ରେଲୱେ ଷ୍ଟେସନ ରହିଛି । ଦୁନିଆର ସବୁଠୁ ଛୋଟ ଦେଶ ହୋଇଥିଲେ ବି ଏହି ଦେଶ ସେମାନଙ୍କର ନାଗରିକଙ୍କୁ ପାସପୋର୍ଟ ସୁବିଧା ମଧ୍ୟ ପ୍ରଦାନ କରିଥାଏ ।