fbpx

ଓଏଚଆରସିଙ୍କ ଦ୍ୱାରସ୍ଥ ହେଲେ ଅନୁପଙ୍କ ଝିଅ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ଦାବିରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଅନୁପଙ୍କ ଝିଅ ଚିଠି ଲେଖିଛନ୍ତି । ଅନୁପ ସାଏଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ବାପାଙ୍କୁ ରାୟଗଡ ଥାନା ପୋଲିସ ବେଆଇନ ଭାବେ ଉଠାଇ ନେଇଛି । ବାପାଙ୍କ ଚରିତ୍ର ହନନ କରାଯାଇଛି । ବାପାଙ୍କ ସମ୍ମାନହାନୀ ମୋ ଭବିଷ୍ୟତ ଉପରେ ବେଶ ପ୍ରଭାବ ପକାଇପାରେ ।’ ଅନ୍ୟପଟେ ଅନୁପ ସାଏଙ୍କ ରିମାଣ୍ଡର ଶୁଣାଣି ଘୁଞ୍ଚିଛି । ଆସନ୍ତାକାଲି ସିଜେଏମ କୋର୍ଟରେ ଅନୁପଙ୍କ ଶୁଣାଣି ହେବ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଡ଼ବଲ ମର୍ଡ଼ର ମାମଲାରେ ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ପୋଲିସର ୩ଦିନିଆ ରିମାଣ୍ଡର ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Get real time updates directly on you device, subscribe now.