fbpx

ପୋଲିସ ହେପାଜତରେ ପ୍ରିୟଙ୍କା ଗାନ୍ଧୀ, ଲକ୍ଷ୍ମୀପୁର କାଣ୍ଡରେ ଜୀବନ ହରାଇଥିବା ଚାଷୀଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀରେ ରବିବାର ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ତେଜିଛି । କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବିତ ରାତି ଲକ୍ଷ୍ନୌ ପହଞ୍ଚି ଲକ୍ଷ୍ମୀପୁର ଖୀରୀ ଅଭିମୁଖେ ବାହାରିଥିଲେ । ହେଲେ ପ୍ରିୟଙ୍କାଙ୍କୁ ସୀତାପୁରର ହରଗାଁରେ ପୋଲିସ ଅଟକ ରଖିଥିଲା । ପୋଲିସ ତାଙ୍କୁ ସୀତାପୁର ଗେଷ୍ଟ ହାଉସକୁ ନେଇଯାଇଥିଲା ।

ସୂଚନା ଅନୂସାରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କ ସମେତ ଅନ୍ୟ ବିରୋଧୀ ନେତା ସୋମବାର ଲକ୍ଷ୍ମୀପୁର ଯିବାର କାର୍ଯ୍ୟକ୍ରମ ରହିଛି । ସୂତ୍ର ଅନୁସାରେ ଲକ୍ଷ୍ମୀପୁରରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ନ ଆସିବା ପର୍ଯ୍ୟନ୍ତ ଲକ୍ଷ୍ମୀପୁରକୁ କାହାରିକୁ ପ୍ରବେଶ ଦିଆଯିବ ନାହିଁ । କୌଣସି ବି ନେତା ମନ୍ତ୍ରୀଙ୍କୁ ସେଠାକୁ ଯିବାକୁ ଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ରବିବାର ଚାଷୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବିରୋଧ ସମୟରେ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଦିନସାରା ଉତ୍ତେଜନା ଦେଖାଯାଇଥିଲା । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏବେ ମଧ୍ୟ ପୋଲିସର ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.