ଦ୍ୱିତୀୟ ଥର ବିବାହ କଲେ ରାମ-ସୀତା, ଜାଣନ୍ତୁ କାରଣ

ଅନସ୍କ୍ରିନରେ ରାମ-ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରମୀତ ଚୌଧୁରୀ ପୁଣିଥରେ ବିବାହ କରିଛନ୍ତି । ପୁଣିଥରେ ବିବାହ କରିଛନ୍ତି ଦେବିନା-ଗୁରମୀତ, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ବେଙ୍ଗଲୀ ରୀତି ନୀତିରେ ବିବାହ କରିଥିବାର ଦେଖାଯାଇଛି ।

ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରମୀତ ଚୌଧୁରୀ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଏହାରି ମଧ୍ୟରେ ଉଭୟ ନିଜର ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ଦେବିନା ଅନେକ ଦିନରୁ ବେଙ୍ଗଲୀ ରୀତି ନୀତିରେ ବିବାହ କରିବାକୁ ଚାହଁଥିଲେ, ତେବେ ଶେଷରେ ତାଙ୍କ ଇଚ୍ଛା ପୂରଣ ହୋଇଛି । ଦେବିନା-ଗୁରମୀତଙ୍କ ଯୋଡ଼ି ଖୁବ ଲୋକପ୍ରିୟ । ଦୁହେଁ ପରସ୍ପରକୁ ଖୁବ ଭଲ ପାଆନ୍ତି, ଏବଂ ଅନେକ ସମୟରେ ଉଭୟଙ୍କର ଫଟୋ ସେୟାର କରିଥାନ୍ତି ।