fbpx

ଏଣିକି ଅନଲାଇନରେ ଦାଖଲ ହେବ ବିଲଡିଂ ପ୍ଲାନ୍: ଆଉ ଦୌଡ଼ିବାକୁ ପଡ଼ିବନି BDA କି BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସମସ୍ତ ବିଲଡିଂ ପ୍ଲାନ ଅନଲାଇନରେ ଦାଖଲ ହେବ । ତେଣୁ ଆଉ ବିଡିଏ କି ବିଏମସି ଦପ୍ତରକୁ ବାରମ୍ବାର ଦୌଡ଼ିବେ ନାହିଁ ଜନସାଧାରଣ । ବିଲଡିଂ ପ୍ଲାନର ସମସ୍ତ ନିୟମାବଳୀ ଅନଲାଇନରେ ଅପଲୋଡ୍ କରାଯାଛି । ତେଣୁ ଘରେ ବସି ଜଣେ ବିଲଡିଂ ପ୍ଲାନ୍ ପାଇଁ ଆବେଦନ କରିପାରିବେ ।

ଆର୍କିଟେକ୍ଟ ଠାରୁ ଘରର ପ୍ଲାନ ଆଣି ଆପରେ ଅପଲୋଡ କରିବା ପରେ ତାହା ଠିକ ଅଛି ନା ନାହିଁ ଯାଞ୍ଚ କରାଯିବ । ଯଦି ଏଥିରେ କୌଣସି ତ୍ରୁଟି ଥାଏ, ତେବେ ତାହା ଡ୍ରଇଂରୁ ଚିହ୍ନଟ ହୋଇପାରିବ । ତ୍ରୁଟି ସୁଧାରିବା ପରେ ଜଣେ ନୂତନ ଡ୍ରଇଂ ପ୍ଲାନକୁ ପୁଣି ଅନଲାଇନରେ ଅପଲୋଡ୍ କରିପାରିବ । ପ୍ଲାନର ତ୍ରୁଟିକୁ ନ ସୁଧାରିବା ପର୍ଯ୍ୟନ୍ତ ତାହା ଅନଲାଇନରେ ଅପଲୋଡ୍ ହେବ ନାହିଁ । ପୂର୍ବରୁ ବିଡିଏ ଓ ବିଏମସିର ଫି’ ଦାଖଲ ସହ ଅନ୍ୟ କିଛି ସେବାକୁ ଅନଲାଇନରେ କରାଯାଇଥିଲା । ମାତ୍ର ବିଲଡିଂ ପ୍ଲାନକୁ ସେଥିରେ ସାମିଲ କରାଯାଇନଥିଲା । ତେଣୁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଫଳରେ ଲୋକମାନେ ଆଉ ବିଡିଏ କି ବିଏମସି କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବେ ନାହିଁ ।

Get real time updates directly on you device, subscribe now.