fbpx

Horn ଜାଗାରେ ଶୁଣିବାକୁ ମିଳିବ ମଧୁର ଭାରତୀୟ ସଙ୍ଗୀତ! ଆସୁଛି ନୂଆ ଯୋଜନା, ନୀତିନ୍ ଗଡକରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଏକ ନୁତନ ଯୋଜନା ଆଣିବାକୁ ଯାଉଛନ୍ତି । ଯାହା ଆଧାରରେ ଗାଡ଼ି ଗୁଡ଼ିକର ହର୍ଣ୍ଣରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ବ୍ୟବହାର କରାଯିବ । ନାସିକ୍ ର ଏକ ରାଜପଥର ଉଦଘାଟନୀ ସମାରୋହରେ ସେ କହିଛନ୍ତି ଯେ, ଆମ୍ବୁଲାନ୍ସ ଓ ପୋଲିସ୍ ଗାଡ଼ି ଗୁଡ଼ିକରେ ବ୍ୟବହାର ହେଉଥିବା ସାଇରନ୍ କୁ ନେଇ ଅଧ୍ୟୟନ କରୁଛନ୍ତି ଏବଂ ତାଙ୍କୁ ଆକାଶବାଣୀରେ ବଜାଯାଉଥିବା କର୍ଣ୍ଣପ୍ରିୟ ବାଦ୍ୟରେ ଏହି ସାଇରନ୍ କୁ ବଦଳାଇବାକୁ ବିଚାର କରୁଛନ୍ତି । ଖୁବ୍ ଶୀଘ୍ର ଏନେଇ ବଡ଼ ଘୋଷଣା କରିପାରନ୍ତି ।

ଗଡକରୀ କହିଛନ୍ତି ଯେ, ସେ ନାଲି ବତୀକୁ ବନ୍ଦ କରିସାରିଛନ୍ତି । ଏବେ ସେ କହିଛନ୍ତି ଯେ, ଏହି ସାଇରନ୍ କି ବନ୍ଦ କରିଦେବା ଦରକାର । ଏବେ ସେ ଆମ୍ବୁଲାନ୍ସ ଓ ପୋଲିସ୍ ଗାଡ଼ିରେ ଶୁଣାଯାଉଥିବା ସାଇରନ୍ ଉପରେ ଅଧ୍ୟୟନ କରୁଛନ୍ତି । ଜଣେ କଳାକାର ଆକାଶବାଣୀ ପାଇଁ ଏକ ଧୁନ୍ ବନାଇଛନ୍ତି । ଯାହାକି ଶୁଣିବା ପରେ କର୍ଣ୍ଣପ୍ରିୟ ଲାଗିଲା । ତେଣୁ ସେ ସେହି ଧୁନ୍ କୁ ଆମ୍ବୁଲାନ୍ସ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଯଦ୍ୱାରା ଲୋକମାନଙ୍କୁ ବି ଏହା ଶୁଣିବାକୁ ଭଲ ଲାଗିବ । ଖାସ୍ କରି ମନ୍ତ୍ରୀ ମାନେ ରୋଡ୍ ରେ ଯିବା ସମୟରେ ଖୁବ୍ ଜୋରରେ ବଜାଯାଉଥିବା ସାଇରନ୍ କାନ ଉପରେ ଖରାପ ପ୍ରଭାବ ପକାଉଛି । ଏହା ଆଦୌ ଶ୍ରୁତି ମଧୁର ନୁହେଁ ।

 

Get real time updates directly on you device, subscribe now.