fbpx

DRDO ମାମଲାରେ ଚାଞ୍ଚଲ୍ୟକର ତଥ୍ୟ! ରହସ୍ୟମୟୀର ପାକିସ୍ତାନ ଲିଙ୍କ ଥିବା କହିଲେ କ୍ରାଇମବ୍ରାଞ୍ଚ ଏଡିଜି

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଡିଆରଡିଓ ଗୁପ୍ତଚରୀ ମାମଲାରେ ଖୋଳତାଡ଼ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ ଥିବା ସୂଚନା ମିଳିଛି । ରହସ୍ୟମୟୀଙ୍କ ଫେସବୁକ ଆକାଉଣ୍ଟରୁ ମିଳିଛି ପାକିସ୍ତାନ ଲିଙ୍କ । ରହସ୍ୟମୟୀଙ୍କ ୪ଟି ଫେସବୁକ୍ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଛି । ସେହି ୪ଟି ଫେସବୁକ୍ ଆକାଉଣ୍ଟରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ରହିଥିଲା । ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିବା ରହସ୍ୟମୟୀ । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ୍ ଆଇପି ଦର୍ଶାଉଥିଲା । ରହସ୍ୟମୟୀର ପାକିସ୍ତାନ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଅନ୍ୟପଟେ ରହସ୍ୟମୟୀଙ୍କ ସମ୍ପର୍କରେ ଆସିଛି ଏକ ବଡ଼ ତଥ୍ୟ । ଏବେ ବି କିଛି ଲୋକଙ୍କ ଚାଟିଂ କରୁଛନ୍ତି ରହସ୍ୟମୟୀ ଯୁବତୀ । ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟରୁ କିଛି ଆକ୍ଟିଭ ରହିଛି । ଏବେ ତାଙ୍କର ଏକାଧିକ ଆକାଉଣ୍ଟ ରହିଥିବା ଜଣାପଡିଛି । ଆକ୍ଟିଭ ଥିବା ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି । କିଛି ଲୋକଙ୍କ ସହ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

Get real time updates directly on you device, subscribe now.