fbpx

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ

ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ ନାହିଁ। ବ୍ରିଟେନର ହାଇ କମିଶନର ଆଲେକ୍ସ ଏଲିସ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୟୁକେ ଭାରତୀୟ ନାଗରିକଙ୍କ ୨ଟି ଡୋଜ୍ ଟିକାକୁ ମାନୁନଥିଲା । ଭାରତ ସରକାରଙ୍କ ପ୍ରତିଜବାବରେ ଅନୁରୂପ ପଦକ୍ଷେପ ନେଇଥିଲେ ।

 

Get real time updates directly on you device, subscribe now.