fbpx

ବିଧାୟକ ସୌଭିକ ବିଶ୍ୱାଳଙ୍କ ବାସଭବନରୁ ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍ ହୋଇଛି । ବିଧାୟକଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପଶି ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ ସହ କିଛି ଟଙ୍କା ଲୁଟି ନେଇଛନ୍ତି । ତେବେ ଖବର ପାଇ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ସକାଳେ ରୁମରେ କିଛି ଜିନିଷ ଏଣେତେଣେ ହୋଇ ପଡ଼ିଥିବା ପରିବାରଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏନେଇ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା । ତେବେ ରୁମ ମଧ୍ୟକୁ କେହି ଜବରଦସ୍ତ ପଶିନଥିବା ପୋଲିସ ସୂଚନା ଦେଇଛି । ବିଧାୟକଙ୍କ ଘର ମରାମତି କାର୍ଯ୍ୟ ଚାଲିଥିବାରୁ ବହୁଲୋକ ଘର ମଧ୍ୟକୁ ଯିବା ଆସିବା କରନ୍ତି । ତେଣୁ ସେମାନଙ୍କ ମଧ୍ୟରୁ କେହି ଚୋରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ସିସିଟିଭି ଫୁଟେଜକୁ ଏକ ଟିମ୍ ଯାଞ୍ଚ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.