fbpx

ମୋ ପୁଅକୁ ତା ସାଙ୍ଗ ମାନେ ହତ୍ୟା କରିଛନ୍ତି: ୟୁଟ୍ୟୁବ୍ ଭିଡିଓରେ ଅଭିଯୋଗ ଆଣିଲେ ନବୀନ ଦାସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ନିଜେ ନବୀନ ଦାସ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା କରିଛନ୍ତି । ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ସାଙ୍ଗ ମାନେ ତାକୁ ହତ୍ୟା କରିଛନ୍ତି ବୋଲି ନବୀନ କହିଛନ୍ତି ।

ସାଙ୍ଗ ମାନଙ୍କ ସହିତ ମନୀଷ ଭୋଜି କରିବାକୁ ଯାଇଥିବା ବେଳେ ରାତି ୪.୨୨ ମିନିଟରେ ଶେଷ ଥର ପାଇଁ ତାଙ୍କ ସହିତ କଥା ହୋଇଥିଲେ ବୋଲି ନବୀନ କହିଛନ୍ତି । ଶେଷ ଥର ପାଇଁ କରିଥିବା କଲରେ ତାଙ୍କୁ ପିଟାପିଟି କରାଯାଉଥିବା ନେଇ ମନୀଷ ପ୍ରକାଶ କରିଥିବା କହିଛନ୍ତି ନବୀନ । ଏହି ଘଟଣା ପରେ ତାଙ୍କୁ ମିଳୁଥିବା ସମବେଦନା ପାଇଁ ନବୀନ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ପାତ୍ରପଡା ସାଉଥ ସିଟି ହୋଟେଲକୁ ସିଲ କରାଯାଇଥିବା ବେଳେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ନେଇ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.