fbpx

ଓଡ଼ିଶା ହାଇକୋର୍ଟରେ ୩ ନୂତନ ବିଚାରପତି ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟରେ ନୂତନ ଭାବରେ ନିଯୁକ୍ତି ପାଇଥିବା ବିଚାରପତି ମାନେ ହେଉଛନ୍ତି ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ଏନେଇ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା ୧୭ରେ ପହଂଚିବ ।

Get real time updates directly on you device, subscribe now.