fbpx

ଶେଷ ମ୍ୟାଚରେ ରାହୁଲଙ୍କୁ ଅତିକ୍ରମ କଲେ ଗାଏକ୍ୱାଡ

ନୂଆଦିଲ୍ଳୀ: ଆଇପିଏଲ ଫାଇନାଲରେ କେ ଏଲ ରାହୁଲଙ୍କୁ ଅତିକ୍ରମ କରି ଅରେଞ୍ଜ କ୍ୟାପ ହାସଲରେ ସମର୍ଥ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଋତୁରାଜ ଗାଏକ୍ୱାଡ । ଚଳିତ ଆଇପିଏଲରେ ୧୬ଟି ମ୍ୟାଚ ଖେଳିଥିବା ଗାଏକ୍ୱାଡ ୬୩୫ ରନ ସହିତ ଟେବଲ ଟପରେ ରହିଛନ୍ତି । କେ ଏଲ ରାହୁଲ ୧୩ଟି ମ୍ୟାଚରୁ ୬୨୬ ରନ କରିଥିବା ବେଳେ ୨୩ ରନ ପଛରେ ରହିଥିଲେ ଗାଏକ୍ୱାଡ । ୩୨ ରନ ସଂଗ୍ରହ କରିବା ସହିତ ଗାଏକ୍ୱାଡ ୪୫.୩୬ ହାରରେ ୬୩୫ ରନ ସଂଗ୍ରହ କରିଛନ୍ତି । ସାଥୀ ଓପ୍ନର ଡୁପ୍ଲେସିସ୍ ସମାନ ସଂଖ୍ୟକ ମ୍ୟାଚରୁ ୬୩୩ ରନ ସଂଗ୍ରହ କରିଛନ୍ତି ।

ପଞ୍ଜାବ କିଙ୍ଗସର ଅଧିନାୟକ କେ ଏଲ୍ ରାହୁଲ ମାତ୍ର ୧୩ଟି ମ୍ୟାଚ ଖେଳି ୬୨୬ ରନ ସଂଗ୍ରହ କରିଛନ୍ତି । ରାହୁଲଙ୍କ ହାରାହାରି ୬୨.୬୦ ରହିଛି । ଏହା ସହିତ ୩୦୦ ଛକା ସହିତ ରାହୁଲ ଏହି ତାଲିକାର ଉପରେ ରହିଥିବା ବେଳେ ୨୩ ଛକା ସହିତ ଗାଏକ୍ୱାଡ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.