fbpx

ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା; ଆପଣ ବି ବଞ୍ଚିପାରିବେ ୧୦୦ ବର୍ଷ

ନୂଆଦିଲ୍ଲୀ: ଲମ୍ବା ଜୀବନ ପାଇଁ ଭଲ ଖାଇବା ଏବଂ ସୁସ୍ଥ ଶରୀର ଆବଶ୍ୟକ । ଗବେଷକଙ୍କ ଅନୁଯାୟୀ ଉତ୍ତମ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୧୭% କମ୍ ମୃତ୍ୟୁ ସମ୍ଭାବନା ଏବଂ ହୃଦୟ ରୋଗ ଯୋଗୁଁ ୨୮% କମ୍ ମୃତ୍ୟୁ ସମ୍ଭାବନା ଦେଖାଯାଇଛି । ଗବେଷକମାନେ ଲମ୍ବା ଜୀବନ ଏବଂ ଏକ ବିଶେଷ ଖାଦ୍ୟ ମଧ୍ୟରେ ମଜବୁତ ସମ୍ବନ୍ଧ ଥବା ଜାଣିବାକୁ ପାଇଛନ୍ତି । ତାହା ହେଉଛି ବିନ୍ସ । ବିନ୍ସକୁ ଲମ୍ବା ଆୟୁର ରାଜା ବୋଲି ବିଶ୍ୱାସ କରାଯାଉଛି । ତେବେ ଆସନ୍ତୁ ଜାଣିବା ବିନ୍ସ ଖାଇବା ଦ୍ୱାରା ଶରୀରକୁ କ’ଣ ଫାଇଦା ମିଳିଥାଏ ।

ଗବେଷକମାନେ ବିଶ୍ୱର ବ୍ଲୁ ଜୋନ୍ସରେ ଗବେଷଣା କରିଥିଲେ । ବ୍ଲୁ ଜୋନ ହେଉଛି ସେହି ଯାଗା ଯେଉଁଠାରେ ଲୋକମାନେ ୧୦୦ ରୁୁ ଅଧିକ ବର୍ଷ ବଞ୍ଚିଥାନ୍ତି । ଏହି ଲୋକମାନଙ୍କ ଖାଦ୍ୟ ଶୈଳୀରେ ଏବଂ ଜୀବନ ଶୈଳୀରେ  ଅନେକ ସମାନତା ଦେଖାଯାଇଛି ତେବେ ଏମାନଙ୍କ ମଧ୍ୟରେ ସବୁୂ ସାଧାରଣ ଖାଦ୍ୟ ହେଉଛି ବିନ୍ସ । ତେବେ କେବଳ ବିନ୍ସ ଖାଇବା ନୁହେଁ ଏହି ଲୋକମାନେ ବ୍ୟାୟାମ କରିବା, ଫଳ ଏବଂ ସବୁଜ ପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାନ୍ତି ।

ବ୍ଲୁ ଜୋନରେ ରହୁଥିବା ଲୋକଙ୍କ ଖାଦ୍ୟ ଶୈଳୀରେ ଗବେଷକମାନେ ପାଇଥିଲେ ଯେ ଲମ୍ବା ଜୀବନ ପାଇଁ ଏହିଲୋକମାନେ ପ୍ରତିଦିନ ପ୍ରାୟ ଏକ କପ୍ ମାତ୍ରାର ବିନ୍ସ ନଶ୍ଚୟ ଖାଇଥାନ୍ତି । ବିନ୍ସରେ ପ୍ରୋଟିନ୍ ଏବଂ ଫାଇବରର ମାତ୍ରା ଅଧିକ ଥାଏ ଏବଂ ଏଥିରେ କୌଣସି ଫ୍ୟାଟ ମଧ୍ୟ ନଥାଏ ।  ଜେରେଣ୍ଟୋଲଜିକାଲ ସୋସାଇଟି ଅଫ ଆମେରିକା ଅନୁଯାୟୀ ଫାଇବରର ପର୍ଯ୍ୟାପ୍ତ ମାତ୍ରା ଲମ୍ବା ଆୟୁ ଏବଂ ସୁସ୍ଥ ଜୀବନଯାପନ ସହ ଜଡ଼ିତ । ଏହା ଡିପ୍ରେସନ, ହାଇପରଟେନ୍ସନ, ଡାଇବେଟିସ ଏବଂ ଡିମ୍ନେସିଆ ଭଳି ବିପଦକୁ କମ କରିଥାଏ । ବିନ୍ସରେ ପଲିଫେନାଲ ନାମକ ମଜବୁତ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି ଯାହା ପ୍ରାକୃତିକ ଭାବେ ଆୟୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ଆଣ୍ଟି ଡାଇବେଟିକ୍ ହେବା ସହ ମୋଟାପଣ ଏବଂ ହାର୍ଟ ସହ ଜଡ଼ିତ ରୋଗ ସମ୍ବନ୍ଧୀୟ ବିପଦକୁ ମଧ୍ୟ କମ୍ କରିଥାଏ ।

Get real time updates directly on you device, subscribe now.