fbpx

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସର ୭ ପ୍ରତିଶ୍ରୁତି, ଜାଣନ୍ତୁ କ’ଣ କହିଲେ ପ୍ରିୟଙ୍କା

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ୭ଟି ବଡ଼ ଘୋଷଣା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବାରାବାଙ୍କୀରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରାକୁ ସବୁଜ ପତକା ଦେଖାଇବା ସହ ଏହି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ୟୁପିରେ ଦଳ କ୍ଷମତାକୁ ଆସିଲେ କଂଗ୍ରେସ କୃଷକଙ୍କ ଋଣ ଛାଡ଼ କରିବ । ଏହା ଛଡ଼ା ବିଜୁଳି ବିଲ୍ ଛାଡ଼ ଏବଂ ଝିଅମାନଙ୍କୁ ସ୍କୁଟି ଏବଂ ମୋବାଇଲ ମଧ୍ୟ ଦେବେ ସରକାର ।

ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ନିର୍ବାଚନରେ ଦଳ ମହିଳାଙ୍କୁ ୪୦% ଟିକେଟ ଦେବ । ଦ୍ୱାଦଶ ପାସ୍ କରିଥିବା ଝିଅମାନଙ୍କୁ ସ୍ମାର୍ଟଫୋନ ଏବଂ ଗ୍ରାଜୁଏସନ ପାସ୍ କରିଥିବା ଝିଅଙ୍କୁ ସ୍କୁଟି ଦିଆଯିବ । କୃଷକଙ୍କ କରଜ ଛାଡ଼ ହେବ । ୨୦ ଲକ୍ଷ ସରକାରୀ ରୋଜଗାର ଦିଆଯିବ । ସମସ୍ତଙ୍କର ଅଧା ବିଜୁଳି ବିଲ୍ ଛାଡ଼ ହେବ । ପରିବାରକୁ ୨୫ ହଜାର ଆର୍ଥିକ ସହାୟତା ଦିଆଯିବ । ୨୫୦୦ରେ ଗହମ-ଧାନ ଏବଂ ୪୦୦ ଟଙ୍କାରେ ଆଖୁ କିଣାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା ।

ଏହି ଅବସରରେ ବିଜେପି ସରକାରଙ୍କୁ ଟାର୍ଗଟ କରିଥିଲେ ପ୍ରିୟଙ୍କା କହିଥିଲେ ମୋଦୀ ସରକାରର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ମାରିଛନ୍ତି । କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ହଟାଇ ନାହାନ୍ତି ।

Get real time updates directly on you device, subscribe now.