ନୂଆଦିଲ୍ଲୀ: ଦୁଇବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏବେ ସମସ୍ତ କ୍ରିକେଟ୍ ଫ୍ୟାନ୍ ଙ୍କ ନଜର ଏହି ମ୍ୟାଚ୍ ଉପରେ । ବହୁ ଉତ୍କଣ୍ଠାର ସହିତ ଫ୍ୟାନ୍ ମାନେ ଏହି ମ୍ୟାଚ୍ କୁ ଅପେକ୍ଷା କରି ରହିଛନ୍ତି । ତେବେ ଗୋଟେ ପଟେ ଏହି ମ୍ୟାଚ୍ କୁ ନେଇ ଲୋକଙ୍କ ମଧ୍ୟରେ କୋଳାହଳ ବଢ଼ୁଥିବାରୁ ବେଳେ ଅନ୍ୟପଟେ ଏହାକୁ ନେଇ ରାଜନିତିଜ୍ଞ ମାନେ ଭିନ୍ନ ଭିନ୍ନ ଦିଗ ଦେଇଛନ୍ତି । ତେବେ ବିରାଟ କୋହଲୀ ଓ ପାକିସ୍ତାନ କ୍ୟାପଟେନ୍ ବାବଦ ଆଜମ୍ ଏହି ମ୍ୟାଚ୍ କୁ ଏକ ସାଧାରଣ ମ୍ୟାଚ୍ ଭାବୁଛନ୍ତି ହେଲେ ଭାରତ ଓ ପାକିସ୍ତାନ ପାଇଁ ଏହା ହେଉଛି ଏକ ଖାସ୍ ମ୍ୟାଚ୍ ।
ତେବେ ମ୍ୟାଚ୍ ପୁର୍ବରୁ ହିଁ ଫ୍ୟାନ୍ସ ମାନେ ନିଜ ନିଜ ଟିମ୍ ପାଇଁ ଦୁଇ ତିନି ଦିନ ଆଗରୁ ପ୍ରାର୍ଥନା କରିବା ଆରମ୍ଭ କରିଦେଇଛନ୍ତି । ଇତି ମଧ୍ୟରେ ଯୋଗଗୁରୁ ବାବା ରାମଦେବ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏହି ଟି-୨୦ ମୁକାବିଲାକୁ ରାଷ୍ଟ୍ରଧର୍ମ ବିରୋଧ ହେବାକୁ ଯାଉଛି ବୋଲି କହିଛନ୍ତି । ନାଗପୁର ଏୟାରପୋର୍ଟରେ ମିଡିଆଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାମଦେବ ବାବା କହିଛନ୍ତି ଯେ, ଭାରତରେ ଆତଙ୍କ ଖେଳାଇବାକୁ ପାକିସ୍ତାନ ଉଦ୍ୟମ କରିବାରେ ଲାଗିଛି । ତେଣୁ ଆତଙ୍କ ଓ ମ୍ୟାଚ୍ ଏକାସାଙ୍ଗରେ ହୋଇପାରିବ ନାହିଁ । ରବିବାର ହେବାକୁ ଯାଉଥିବା ମ୍ୟାଚ୍ ଦେଶର ହିତ ପାଇଁ ନୁହେଁ , ଏହା ରାଷ୍ଟ୍ରଧର୍ମର ବିରୋଧ ଅଟେ ।
ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମଧ୍ୟରେ ୫ ଥର ମୁକାବିଲା ହୋଇସାରିଛି । ତେବେ ଏହାକୁ ମିଶାଇ ୬ଥର ମୁକାବିଲା ହେବାକୁ ଯାଉଛି । ପୂର୍ବରୁ ୫ଥର ପାକିସ୍ତାନକୁ ହରାଇଛି ଭାରତ । ତେବେ ଆଜି କଣ ହେବାକୁ ଯାଉଛି ତା ଉପରେ ପୂରା ଭାରତର ନଜର ଅଟକି ରହିଛି । ଏହି ମ୍ୟାଚ୍ କୁ ନେଇ ଦୁଇ ପକ୍ଷରୁ ଟିମ୍ ଉତ୍ସାହିତ ଅଛନ୍ତି ।