ନୂଆଦିଲ୍ଲୀ: ୟୁଟ୍ୟୁବ୍ ର ଲୋକପ୍ରିୟତା ବିଷୟରେ କାହାରିକୁ ଅଛପା ନାହିଁ । ଗୁଗଲ ର ଏହି ଆଣ୍ଡ୍ରଏଡ୍ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଏକ ନୂଆ ରେକର୍ଡ କରିଛି । ୟୁଟ୍ୟୁବ୍ ଆପ୍ କୁ ଗୁଗଲ ପ୍ଲେ ଷ୍ଟୋରରୁ ୧୦୦୦ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇଛି, ଯାହା ଦୁନିଆର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ତେବେ ଏହି ସଂଖ୍ୟା କେବଳ ପ୍ଲେ ଷ୍ଟୋରରେ ହୋଇଥିବା ଡାଉନଲେଡ ।
ବିଶ୍ୱର ଜନସଂଖ୍ୟା ହେଉଛି ୭୯୦ କୋଟି ଥିବାବେଳେ ୟୁଟ୍ୟୁବକୁ ୧୦୦୦ କୋଟି ଥର ଡାଉନଲୋଡ କରାଯାଇଛି । ଦ୍ୱିତୀୟ ସ୍ଥାନରେ ୭୦୦ କୋଟି ଥର ଡାଉନଲୋଡ ସହ ଫେସବୁକ ରହିଛି ଏବଂ ତୃତୀୟ ସ୍ଥାନରେ ୬୦୦ କୋଟି ଥର ଡାଉନଲୋଡ ସହ ହ୍ୱାଟ୍ସଆପ ରହିଛି ।
ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଙ୍ଗ ଆପ୍ ଗତ ଦଶନ୍ଧିରୁ ବିଶ୍ୱର ସବୁଠୁ ଅଧିକ ଡାଉନଲୋଡ ଏବଂ ବ୍ୟବହାର କରାଯାଇଥିବା ଆପ୍ ହୋଇଛି । ବିଶ୍ୱରେ ଇଣ୍ଟରନେଟ ସ୍ପିଡ୍ ସୁଧୁରିବା ଏହି ଆପ୍ ପାଇଁ ଫାଇଦା ହୋଇଛି । ଏହା ସହ କୋଭିଡ-୧୯ ମହାମାରୀ ସମୟରେ ହଜାର ହଜାର ୟୁଜର୍ସ କ୍ରିଏଟର୍ସ ହୋଇଯାଇଛନ୍ତି ଏବଂ ତାଙ୍କର କଣ୍ଟେଣ୍ଟ ସେୟାର କରିଛନ୍ତି । ୟୁଟ୍ୟୁବ ଭିଡିଓ ଦେଖିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।
ୟୁଟ୍ୟୁବ ଆପ୍ ଆଣ୍ଡ୍ରଏଡ୍ ଡିଭାଇସରେ ମିଳୁଥିବା ଗୁଗଲ ଆପ୍ସ ରେ ସାମିଲ ଅଛି । ଅର୍ଥାତ ନୂଆ ଆଣ୍ଡ୍ରଏଡ୍ ଡିଭାଇସ ରେ ଏହି ଆପ୍ ପୂର୍ବରୁ ହିଁ ଇନଷ୍ଟଲ ରହିଥାଏ । ଏହା ଛଡ଼ା ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ୟୁଜର୍ସ ଏହି ଆପ୍ ଡାଉନଲୋଡ କରିପାରିବେ ।