fbpx

କେବଳ ଅଫଲାଇନ୍ ମୋଡ଼ରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, CBSEର ନିଷ୍ପତ୍ତି ପରେ ନିରାଶ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଡାଟା ସିଟ୍ ଜାରି କରାଯାଇଛି । ତେବେ ଏଥିସହିତ ସିବିଆଇ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ସିବିଏସଇ ପକ୍ଷରୁ କୁହାଯାଇଛି ଯେ, ୧୦ମ ଶ୍ରେଣୀର ଟର୍ମ-୧ ପରୀକ୍ଷା ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ । ଅପରପକ୍ଷେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ । ତେବେ ଏହି ପରୀକ୍ଷା ଅଫଲାଇନ୍ ମୋଡ଼ରେ କରାଯିବ ବୋଲି କୁହାଯାଇଛି ।

ତେବେ ସିବିଏସଇର ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ହେବା ସହ ସୋସିଆଲ ମିଡ଼ିଆରେ ଏହାର ବିରୋଧ କରୁଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ ପରୀକ୍ଷା କରାଇବା ପାଇଁ ସମସ୍ତେ ଦାବି କରୁଛନ୍ତି । କରୋନା ଏବେ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନଥିବା ବେଳେ ସିବିଏସଇ ପିଲାଙ୍କ ଜୀବନ ସହ ଖେଳୁଛି ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଉଛନ୍ତି । ମାତ୍ର ପରୀକ୍ଷା ଅଫଲାଇନରେ ହେବ ବୋଲି ସିବିଏସଇ ପକ୍ଷରୁ ସିଧାସିଧା ଘୋଷଣା କରାଯାଇଛି । ଏଥିସହିତ କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ପରୀକ୍ଷା କରାଯିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.