fbpx

Instagramରେ ନିଆଁ ଲଗାଇଦେଲା ହଟ୍ ଫଟୋ …. ଚାକିରିରୁ ବିଦାହେଲେ ମହିଳା ଅଗ୍ନିଶମ ଅଧିକାରୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା କାରଣରୁ ଚାକିରି ହରାଇଛନ୍ତି ଜଣେ ଅଗ୍ନିଶମ ଅଧିକାରୀ । ହଟ୍ ଫଟୋ ପୋଷ୍ଟ କାରଣରୁ ମୋଣ୍ଟାନାର ୨୭ ବର୍ଷୀୟ ପ୍ରେସଲି ପ୍ରିଚାର୍ଡଙ୍କୁ ତାଙ୍କ ଚାକିରିରୁ ବହିଷ୍କୃତ କରାଯାଇଛି । ମହିଳା ହୋଇଥିବା କାରଣରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହିଛନ୍ତି ପ୍ରେସଲି । ସେ ବିଗତ ୩ ବର୍ଷ ଧରି ମୋଣ୍ଟାନାର ଏଭରଗ୍ରୀନ ଫାୟାର ରେସ୍କ୍ୟୁରେ କାମ କରୁଥିଲେ । ଅଗଷ୍ଟ ୨୦୧୯ରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କାରଣରୁ ତାଙ୍କୁ ଚାକିରିରୁ ବିତାଡିତ କରାଯାଇଥିବା ନେଇ ପ୍ରେସଲି ଅଭିଯୋଗ କରିଛନ୍ତି ।

ତାଙ୍କର ଅନ୍ୟ ପୁରୁଷ ସହକର୍ମୀ ମାନେ ୟୁନିଫର୍ମ ଓ ଫାୟାର ଟ୍ରକରେ ଫଟୋ ଉଠାଉଥିଲେ ମଧ୍ୟ ସେମାନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏପରିକି ଜଣେ ପୁରୁଷ ସହକର୍ମୀ ମହିଳା ବିରୋଧୀ ହିଂସା ସପକ୍ଷରେ ମଧ୍ୟ ପୋଷ୍ଟ କରିଥିଲେ । ଜିମରେ ଏକ ସ୍ପୋର୍ଟସ ବ୍ରା ପିନ୍ଧା ଫଟୋ ପାଇଁ ପ୍ରେସଲିଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରେସଲି ଏନେଇ ଏକ ମୋକଦ୍ଦମା ମଧ୍ୟ ଦାୟର କରିଛନ୍ତି । ସେ ଅଗ୍ନିଶମ ବିଭାଗର ଜିନିଷ ବ୍ୟବହାର କରି ସୋସିଆଲ ମିଡିଆରୁ ଅର୍ଥ ଉପାର୍ଜନ କରୁଥିଲେ ବୋଲିଏଭରଗ୍ରୀନ ଫାୟାର ରେସ୍କ୍ୟୁ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରେସଲି ନାଇନ ଲାଇନ ଆପାରେଲ, ହର୍ବଷ୍ଟ୍ରଙ୍ଗ ଓ ଆଇୟୁପି ନ୍ୟୁଟ୍ରିସନର ଆଡରେ ଦେଖାଦେଇଥିଲେ । ଏଭରଗ୍ରୀନ ଫାୟାର ରେସ୍କ୍ୟୁ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ୫ ଦିନ ମଧ୍ୟରେ ଅଗ୍ନିଶମ ଗିୟର ସହ ଥିବା ସମସ୍ତ ଫଟୋ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

View this post on Instagram

 

A post shared by Presley Pritchard (@presleykp.fit)

Get real time updates directly on you device, subscribe now.