fbpx

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ବେଳେ ୩ଟି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଲିନ ଏନର୍ଜି ସେସ୍ ବାବଦରେ ୬୦% ଅଂଶ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଟନ୍ କୁ ୪ଶହ ହିସାବରେ କେନ୍ଦ୍ର ୫୦ ହଜାର କୋଟି ସେସ୍ ପାଇଛି । ସେଥିମଧ୍ୟରୁ ୬୦% ହିସାବରେ ୩୦ ହଜାର କୋଟି ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ଟଙ୍କାରେ କୋଇଲା ଖଣି ଅଞ୍ଚଳରେ ଉନ୍ନୟନମୂଳକ କାମ ହେବ । ସୁନ୍ଦରଗଡ଼ରେ ଏମସ୍ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳଚେର ଏମସିଏଲ ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.