fbpx

‘ବାପର ପଇସା ଥିଲେ ପୁଅକୁ ମିଳିବ ବେଲ୍’, ଜାଣନ୍ତୁ କାହିଁକି ଏମିତି କହିଲେ ଓୱେସୀ

ନୂଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଶନିବାର ଜାମିନ ମିଳିଛି । ଏମିତିରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମୀନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ ଆର୍ୟନ ଖାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ଓୱେସୀ କହିଛନ୍ତି ଯାହା ପାଖରେ ଟଙ୍କା ଅଛି ତା’ ପୁଅକୁ ବି ବେଲ୍ ମିଳିପାରିବ । ସେ କହିଛନ୍ତି ମହାରାଷ୍ଟ୍ରରେ ଦଳିତ ଏବଂ ମୁସଲମାନଙ୍କ ବିରୋଧରେ ଟ୍ରାଏଲ ଚାଲିଛି ଏହା ବିରୋଧରେ କିଏ କହିବ? ମତେ ଏହି ଧନୀ ଲୋକଙ୍କୁ ନେଇ କିଛି କହିବାର ନାହିଁ, ଧନ ଦ୍ୱାରା ଆମକୁ ନ୍ୟାୟ ମିଳିବ କି?

ସୂଚନାଯୋଗ୍ୟ, ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଶନିବାର ୨୮ ଦିନ ପରେ ଜେଲରୁ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.