fbpx

ଏହି ଧନତେରସରେ କେବଳ ୧ ଟଙ୍କାରେ କିଣନ୍ତୁ Gold Coin, ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ସାଧାରଣତଃ ଧନତେରସରେ ସୁନା କିଣିବା ଶୁଭ ହୋଇଥାଏ ବୋଲି କୁହାଯାଇଥାଏ । ପାର୍ବଣ ଋତୁରେ ସୁନା, ରୁପା ପର୍ଯ୍ୟାପ୍ତ ମାତ୍ରାରେ କିଣାବିକା ହୋଇଥାଏ । ଯଦି ଆପଣ ଆପଣ ସୁନା କିଣିବା ପାଇଁ ପ୍ଲାନିଂ କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁଖବର ଆସିଛି । ଏହି ଧନତେରସରେ ଆପଣ କେବଳ ୧ ଟଙ୍କାରେ ସ୍ୱର୍ଣ୍ଣ ମୁଦ୍ରା କିଣିପାରିବେ । ଏହି ସ୍ୱର୍ଣ୍ଣ ମୁଦ୍ରା ସମ୍ପୂର୍ଣ୍ଣ ଓରିଜିନାଲ ହେବା ସହ ଏହା ସୁରକ୍ଷିତ ଅଟେ । ତେବେ ୧ ଟଙ୍କାରେ ସୁନା କିଣିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଡିଜିଟାଲ ଗୋଲ୍ଡ ଏକ ଉତ୍ତମ ବିକଳ୍ପ ଅଟେ । ଗୁଗଲ ପେ, ପେଟିଏମ, ଫୋନ ପେ ପରି ବିଭିନ୍ନ ପ୍ରକାର ମୋବାଇଲ ୱାଲେଟ ପ୍ଲାଟଫର୍ମ ମାଧ୍ୟମରେ ୧ ଟଙ୍କାରେ ୯୯୯.୯ ପ୍ରତିଶତ ଶୁଦ୍ଧ ସାର୍ଟିଫାଏଡ୍ ସୁନା କିଣିପାରିବେ । ବିଗତ କିଛି ଦିନ ବର୍ଷ ହେଲା ଡିଜିଟାଲ ଗୋଲ୍ଡ ନିବେଶର ଚାହିଦା ବହୁଳ ବୃଦ୍ଧି ପାଇଛି ।

ଜାଣନ୍ତୁ ଏହାର ପ୍ରୋସେସ:

-ଗୁଗଲ ପେ ପ୍ଲାଟଫମରେ ସୁନା କିଣିବାକୁ ଚାହୁଁଥିଲେ ଆପଣ ତାହାକୁ ଲଗ୍ ଇନ୍ କରି ତଳେ ଥିବା ଗୋଲ୍ଡ ଆଇକନରେ କ୍ଲିକ୍ କରିବାକୁ ପଡ଼ିବ । ଏହାପରେ ମ୍ୟାନେଜ ୟୋର ମନିରେ ବାଏ ଗୋଲ୍ଡ ଅପ୍ସନକୁ ବାଛନ୍ତୁ ।

– ସେଠାରେ ଆପଣ ଏକ ଟଙ୍କାରେ ମଧ୍ୟ ସୁନା କିଣିପାରିବେ, ଯେଉଁଥିପାଇଁ ଆପଣଙ୍କୁ ୩ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଯଦି ଆପଣ ୫ ଟଙ୍କାର ଡିଜିଟାଲ ଗୋଲ୍ଡ କିଣନ୍ତି, ତେବେ ଆପଣଙ୍କୁ ୦.୯ ମିଲିଗ୍ରାମର ସୁନା ମିଳିବ ।

– ଗୋଲ୍ଡ କିଣିବା ଛଡ଼ା ସେଲ, ଡେଲିଭରି ଓ ଗିଫ୍ଟର ଅପ୍ସନ ମଧ୍ୟ ଉପଲବ୍ଧ ରହିଛି । ଯଦି ଆପଣ ଗୋଲ୍ଡ ବିକ୍ରି କରିବାକୁ ଚାହାନ୍ତି, ତେବେ ସେଲ୍ ବଟନ ଉପରେ କ୍ଲିକ କରିବେ । ସେହିପରି ଗିଫ୍ଟ କରିବାକୁ ଚାହୁଁଥିଲେ ଗିଫ୍ଟ ଅପ୍ସନକୁ ବାଛିବାକୁ ପଡ଼ିବ ।

ହୋମ ଡେଲିଭରି ପାଇଁ ଗ୍ରାହକଙ୍କ ପାଖରେ ଅତିକମରେ ଅଧା ଗ୍ରାମର ଡିଜିଟାଲ ଗୋଲ୍ଟ ଥିବା ଆବଶ୍ୟକ । ଏହି ଗୋଲ୍ଡ ଶୁଦ୍ଧ ହୋଇଥିବାରୁ ଏଥିରେ ଗୋଲ୍ଡର ପିୟୋରିଟି କିମ୍ବା ସେଫଟିର ଚିନ୍ତା କରିବାର ଆବଶ୍ୟକତା ନାହିଁ । ଚଳିତ ବର୍ଷ ନଭେମ୍ବର ୨ ତାରିଖରେ ଧନତେରସ ପଡ଼ୁଛି । ଦିପାବଳୀର ଦୁଇଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ । ହଳଦିଆ ରଙ୍ଗର ଧାତୁ କିଣି ଘରକୁ ଆଣିଲେ ତାହା ଶୁଭ ସାବ୍ୟସ୍ତ ହୋଇଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି ।

Get real time updates directly on you device, subscribe now.