fbpx

ଦୀପାବଳୀ ପୂର୍ବରୁ ମହଙ୍ଗା ମାଡ଼; ଏଲପିଜି ସିଲିଣ୍ଡର ୨୬୬ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଏଲପିଅଜି ସିଲିଣ୍ଡରର ଦର ବୃଦ୍ଧି ପାଇଛି । ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ ରେ ୨୬୬ ଟଙ୍କା ବୃଦ୍ଧି ହୋଇଛି । ତେବେ ଆଶ୍ୱସ୍ତିର କଥା ହେଉଛି କମର୍ଶିଆଲ ସିଲିଣ୍ଡରରେ ହିଁ ଏହି ବୃଦ୍ଧି ଘଟିଛି । ହେଲେ ଘରୋଇ ଏଲପିଜି ସିଲିଣ୍ଡରରେ କୌଣସି ବୃଦ୍ଧି ହୋଇନାହିଁ । ଏହି ବୃଦ୍ଧି ସହିତ ଦିଲ୍ଲୀରେ କମର୍ଶିଆଲ ସିଲିଣ୍ଡର ୨୦୦୦ ଟଙ୍କା ପାର୍ ହୋଇଛି । ଏହା ପୂର୍ବରୁ ୧୭୩୩ ଟଙ୍କା ରହିଥିଲା । ମୁମ୍ବାଇରେ ୧୬୮୩ ଟଙ୍କାରେ ମିଳୁଥିବା ୧୯ କିଲୋର ସିଲିଣ୍ଡର ଏବେ ୧୯୫୦ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ଏବେ ୧୯ କିଲୋର ଇଣ୍ଡେନ୍ ଗ୍ୟାସ ସିଲିଣ୍ଡର ୨୦୭୦.୫୦ ଟଙ୍କା ହୋଇଯାଇଛି । ଚେନ୍ନାଇରେ ଏବେ ୧୯ କିଲୋର ସିଲିଣ୍ଡର ପାଇଁ ୨୧୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Get real time updates directly on you device, subscribe now.