fbpx

୨୬ ପର୍ଯ୍ୟନ୍ତ କେନ୍ଦ୍ରକୁ ମହଲତ ଦେଲେ ଚାଷୀ, କୃଷି ଆଇନକୁ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନକୁ ଆହୁରି ତେଜିବ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୧୧ ମାସ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ କେନ୍ଦ୍ର ସରକାରଙ୍କୁ ସୋମବାର କଡ଼ା ଚେତାବନୀ ଦେଇଛନ୍ତି । ଚଳିତ ମାସ ୨୬ ତାରିଖ ସୁଦ୍ଧା ଯଦି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବେ, ତା’ହେଲେ ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ନିଜର ଆଭିମୁଖ୍ୟ ଓ ଆନ୍ଦୋଳନକୁ ଆହୁରି କଡ଼ା କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି ।

୨୦୨୦ ନଭେମ୍ବର ୨୬ରୁ ଶତାଧିକ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଏହାକୁ ୨୦୨୧ ନଭେମ୍ବର ୨୬ରେ ବର୍ଷେ ପୂରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁ ନାହାନ୍ତି । ଫଳରେ  ରାକେଶ ଟିକାୟତ ସରକାରଙ୍କ ପାଇଁ ନଭେମ୍ବର ୨୬ ଯାଏ ସମୟସୀମା ଧାର୍ଯ୍ୟ କରିଛନ୍ତି । ସେ ଟ୍ୱିଟି କରି କହିଛନ୍ତି, “କେନ୍ଦ୍ର ସରକାରଙ୍କ ପାଖରେ ନଭେମ୍ବର ୨୬ ଯାଏ ସମୟ ରହିଛି । ଯଦି ଏହା ଭିତରେ ସମସ୍ୟାର ସମାଧାନ ନ ହେଲା, ତା’ହେଲେ ନଭେମ୍ବର ୨୭ରୁ ଚାଷୀମାନେ ସେମାନଙ୍କ ଗାଁରୁ ଟ୍ରାକ୍ଟର ଧରି ସୀମାନ୍ତରେ ପହଞ୍ଚିବେ । ଆନ୍ଦୋଳନକୁ ସମସ୍ତେ ମିଳିବ ଭାବେ ଅଧିକ ସଶକ୍ତ ଓ ଜୋରଦାର କରିବେ ।” ଦୁଇ ଦିନ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦ୍ୱିତୀୟ ଥର ପାଇଁ ଚାଷୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧମକ ଦିଆଯାଇଛି ।

Get real time updates directly on you device, subscribe now.