fbpx

ନାବାଳିକା ଝିଅକୁ ନେଇ ନାଚ ମାଷ୍ଟ୍ରେ ଫେରାର; ୪ ଦିନ ହେଲାଣି ଚୁପ ବସିଛି ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍କୁଲ ଯାଉଥିବା କୋମଳମତି ନାବାଳିକାକୁ ଅପହରଣ କରି ନେଇଛି ବାପାଙ୍କ ସାଙ୍ଗ । ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ପୋଲିସ ସାଜିଛି ନିଦା ବିଷ୍ଣୁ । ମା ଆଖିରୁ ଲୁହ ଶୁଖୁ ନଥିବା ବେଳେ ବାପାଙ୍କ ଅବସ୍ଥା ମଧ୍ୟ ସମାନ ରହିଛି । ବାପାର ସାଙ୍ଗ ତଥା ନାଚ ଶିକ୍ଷକ ଝିଅକୁ ନେଇ ଫେରାର ହୋଇ ଯାଇଛନ୍ତି । ବନ୍ଧୁତ୍ୱରେ ବିଷ ଦେବା ସହିତ ଝିଅକୁ ନେଇ ଯାଇଛନ୍ତି ନାଚ ମାଷ୍ଟ୍ରେ ।

ସୂଚନା ଅନୁଯାୟୀ ଏ ଘଟଣାଟି ଘଟିଛି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳରେ । ତେବେ ଗତ ୨୭ ତାରିଖରେ ଝିଅ ସ୍କୁଲ ଯାଇଥିଲା । ହେଲେ ସେ ସ୍କୁଲ ଯିବା ବାଟରେ ହିଁ ତାର ଅପହରଣ ହୋଇଥିଲା । ସେ ଆଉ ଘରକୁ ଫେରିନି । ଏପଟେ ଜଣେ ଅପହରଣ କରିଥିବା ନେଇ ଘରଲୋକ ସନ୍ଦେହ କରି ତାକୁ ପୁଲିସ ପାଖକୁ ନିଜେ ଆଣିଥିଲେ । ହେଲେ ନା ପୁଲିସ ନିଜେ କିଛି ଖୋଜା ଖୋଜି କରିଛି ନା ଡ଼ାକି ଆଣିଥିବା ଲୋକ କୁ କିଛି ପଚରା ଉଚୁରା ବି କରିଛି । ବରଂ ଆପୋଷ ବୁଝାମଣା କରି ଛାଡ଼ି ଦେଇଛି । ହେଲେ କାନ୍ଦି କାନ୍ଦି ମା ର ଅବସ୍ଥା ଗୁରୁତର ହେଲାଣି । ଘର ଲୋକ ହିଁ ନୁହଁ ସାହି ପଡ଼ିଶା ସମସ୍ତେ କାନ୍ଦୁଛନ୍ତି । ଆୁ ସେ ଅପହୃତକାରୀକୁ ଦଣ୍ଡ ଦିଆଯାଉ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି । ଦେଖନ୍ତୁ ଭିଡିଓ….

 

Get real time updates directly on you device, subscribe now.